ବେଲଣା ପଟା ବଜାଇଲେ ନବୀନ, ତାଳିମାରିଲେ ଜନତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି ସାଧାରଣ ଜନତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ଯେଉଁଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷଲକ୍ଷ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଛନ୍ତି । ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୁଲିସ, ମିଡିଆ କର୍ମୀ ଏବଂ […]

7nm

Tapas Behera
  • Published: Sunday, 22 March 2020
  • , Updated: 22 March 2020, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି ସାଧାରଣ ଜନତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ଯେଉଁଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷଲକ୍ଷ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଛନ୍ତି । ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୁଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ ବ୍ୟକ୍ତିଙ୍କ ପାଇଁ ସେ ତାଳି ବଜାଇଥିବା ଟ୍ୱିଟ୍‌ କରିଛନ୍ତି।

ସେପଟେ ଲୋକସେବା ଭବନ ସମ୍ମୁଖରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଓ ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଆଇଏଏସ୍ ସୁରେଶ ମହାପାତ୍ର, ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ତାଳି ବଜାଇଥିଲେ।  ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ସହ ଅନ୍ୟ କିଛି ରାଜନେତା ମଧ୍ୟ ଘଣ୍ଟ ଓ ତାଳି ବଜାଇଛନ୍ତି।

Related story