ପୋଲାଭରମ୍ : ପିଏମଙ୍କୁ ୪ ଥର ଚିଠି ଲେଖି ବି କେନ୍ଦ୍ର ଦେଇଛି ୬ ଥର ଅନୁମତି, ପୁଣି ଚିଠି କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ଆଉ ଦୁଇବର୍ଷ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାର ୪ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେତା ପଶିଛି। ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ମାମଲା ଥିବାରୁ ଏହି ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଉ […]

polavaram

polavaram

Manoranjan Sial
  • Published: Monday, 01 July 2019
  • Updated: 01 July 2019, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ଆଉ ଦୁଇବର୍ଷ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାର ୪ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେତା ପଶିଛି। ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ମାମଲା ଥିବାରୁ ଏହି ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଉ ବୋଲି ସେ ଦାବି କରିଛନ୍ତି।

ପୋଲାଭରମ ପ୍ରକଳ୍ପର ବର୍ତ୍ତମାନର ଡିଜାଇନକୁ ଓଡ଼ିଶା ସରକାର ଦୀର୍ଘବର୍ଷ ଧରି ବିରୋଧ କରୁଥିବାବେଳେ ନବୀନଙ୍କ ବିଜେଡି ଏହାକୁ ରାଜନୀତିକ ପ୍ରସଙ୍ଗ କରିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ୨୦୦୫ ମସିହାରେ ପୋଲାଭରମ୍ ପ୍ରକଳ୍ପକୁ ବିନା ଜନଶୁଣାଣିରେ ପରିବେଶ ଅନୁମତି ମିଳିଥିବାବେଳେ ୨୦୧୧ ମସିହା ଫେବୃୟାର ୮ରେ ଏହି ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନର ସମ୍ଭାବନା ଥିବା ଦର୍ଶାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ମାତ୍ର ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ୨୦୧୩ ଫେବୃୟାରୀ ମାସରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ କେନ୍ଦ୍ର ସରକାର ୬ମାସ ପାଇଁ ସ୍ଥଗିତାଦେଶ ଜାରି କରିଥିଲେ। ଯାହାକୁ ପୁଣିଥରେ ୨୦୧୪ ଜାନୁୟାରୀ ପହିଲାରେ ଆଉ ୬ମାସ ପାଇଁ ବୃଦ୍ଧି କରାଯାଇଥିଲା। ସେବେଠୁ ନିର୍ମାଣ କାର୍ଯ୍ୟ ବନ୍ଦ ଉପରେ ସ୍ଥଗିତାଦେଶକୁ ୨୦୧୫ ଜୁଲାଇ ମାସରୁ ପ୍ରତିବର୍ଷ ବୃଦ୍ଧି କରାଯାଉଥିବାବେଳେ ଏବେ ତାହା ୨ବର୍ଷ ପାଇଁ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ୨୦୧୫ ସେପ୍ଟେମ୍ବର ୧୬, ୨୦୧୭ ନଭେମ୍ବର ୨୮, ୨୦୧୮ ଜୁଲାଇ ୧୨ ଓ ୨୦୧୮ ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ସ୍ୱାର୍ଥ ନିମନ୍ତେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ।

ଏସବୁ ସତ୍ତେ୍ୱ ଓଡ଼ିଶାକୁ କୌଣସି ସୁଫଳ ମିଳିନଥିଲା। ଏପରିକି ପୋଲାଭରମ ପ୍ରକଳ୍ପର ଡିଜାଇନକୁ ବିରୋଧ କରି ଗତ ୧୦ବର୍ଷ ହେଲା ସୁପ୍ରିମକୋର୍ଟ ଯାଇଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ କୋର୍ଟଙ୍କ ରହିତାଦେଶ ଆଣିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି।ଏପଟେ ନବୀନ ପଟ୍ଟନାୟକଙ୍କ ବିଜେଡି ଗତକିଛି ବର୍ଷ ହେଲା ରାଜ୍ୟବ୍ୟାପୀ ବିକ୍ଷୋଭ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଧାରଣା ଓ ଅନ୍ୟାନ୍ୟ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ୨୦୧୮ ଜାନୁୟାରୀ ମାସରେ ଷ୍ଟିୟରିଂ କମିଟି ଗଢ଼ି ବିଜେଡି ନିଜର ରାଜନୀତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଥିଲା।

ପୋଲାଭରମକୁ ନେଇ ରାଜନୀତିକ ଫାଇଦା ଖୋଜୁଥିବା ବିଜେଡି କିନ୍ତୁ ବର୍ତ୍ତମାନର ରାଜନୀତିକ ବାଧ୍ୟବାଧକତାରେ କେନ୍ଦ୍ରର କୌଣସି ନିଷ୍ପତ୍ତିକୁ ପୂର୍ବଭଳି ଖୋଲାବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ସତସାହାସ କରିପାରୁନାହିଁ। ବିଜେଡିର ଏଭଳି ଆଭିମୁଖ୍ୟକୁ ସବୁ ମହଲରୁ ସମାଲୋଚନା ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଧ୍ୟ ହୋଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ଦାୟିତ୍ୱ ତୁଲାଇବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ୪ଥର ଚିଠି ଲେଖି ବିରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର ୬ଥର ଏହି ସ୍ଥଗିତାଦେଶ ଅବଧି ବଢ଼ାଇଛନ୍ତି। ଚିଠି ଲେଖିବା ଦ୍ୱାରା କୌଣସି ସୁଫଳ ମିଳିବାର ସମ୍ଭାବନା କ୍ଷୀଣ ଥିବାବେଳେ ମୋଦି ସରକାରର ନିକଟତର ହେବାପାଇଁ ଆତୁର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ଦାବି ପ୍ରତି ପ୍ରଧାନମନ୍ତ୍ରୀ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story