ପାଟକୁରାର ୩ ବ୍ଲକରେ ନବୀନ କରିବେ ରୋଡ୍ ଶୋ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସାଧାରଣ ନିର୍ବାଚନବେଳେ ବିଜେଡି କିଣିଥିବା ଅତ୍ୟାଧୁନିକ ବସରେ ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ରୋଡ୍ ଶୋ’ କରିବା ସହ ରାସ୍ତାକଡ଼ରେ ଥିବା ଲୋକମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଆସନ୍ତାକାଲିର ପାଟକୁରା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯାଇ ବାରିମୂଳ ପଞ୍ଚାୟତ […]

bjd

Manoranjan Sial
  • Published: Tuesday, 16 July 2019
  • , Updated: 16 July 2019, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସାଧାରଣ ନିର୍ବାଚନବେଳେ ବିଜେଡି କିଣିଥିବା ଅତ୍ୟାଧୁନିକ ବସରେ ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ରୋଡ୍ ଶୋ’ କରିବା ସହ ରାସ୍ତାକଡ଼ରେ ଥିବା ଲୋକମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।

ନବୀନଙ୍କ ଆସନ୍ତାକାଲିର ପାଟକୁରା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯାଇ ବାରିମୂଳ ପଞ୍ଚାୟତ ପଡ଼ିଆରେ ସକାଳ ୯ଟା ୫୦ମିନିଟରେ ଅବତରଣ କରିବେ। ତା’ପରେ ବିଜେଡିର ଅତ୍ୟାଧୁନିକ ବସରେ ଡେରାବିଶ ବ୍ଲକର ନହଙ୍ଗା ଛକ-ଶାନ୍ତାପୁରା- ନୋଲାସାହି ଛକ-ରଘୁଦେଇପୁର ଗାଁ-ବଜାର ଗାଁ-ସଦାନନ୍ଦନପୁର ଛକ-ପଞ୍ଚୁପାଣ୍ଡବ ବଜାର-ବଳଭଦ୍ରପୁର ଛକ-କୋନାଲ ଛକ-ନୂଆହାଟ ଛକ-ଡେରାବିଶ ବଜାର-ବାଲିଆ ଛକ-ପଲେଇ-ଚାନ୍ଦୋଳ-ଚଣ୍ଡି ବଜାର ଦେଇ ଜନ୍ତିଲୋ ଆଇବିରେ ମଧ୍ୟାହ୍ନ ୧୨ଟା ୪୫ମିନିଟରେ ପହଞ୍ଚିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବା ପରେ ୧ଟା ୪୫ମିନିଟରେ ହଳଦିଆଗଡ଼ ଯିବେ।

ହଳଦିଆଗଡ଼ରୁ ଗରଦପୁର ବ୍ଲକର ନୂଆପଡ଼ା-ବାଦେରୀ-ପାଟକୁରା-ଗରଦପୁର-କଳାବୁଦା-କୋରୁଆଁ-ମାହାଳ-ଚନପୁର ଛକ-ପଣସୁଆପଡ଼ା-ନଦୀବାରେଇ-ଟିକନପୁର ଜେନାସାହି-ରୁଣ୍ଡାଲରେ ପହଞ୍ଚିବେ। ସେଠାରୁ ସନ୍ଧ୍ୟା ସାଢ଼େ ୫ଟାରେ ସେ ମାର୍ଶାଘାଇ ବ୍ଲକର ପେଣ୍ଠ-କୁଳସାହି ଛକ-ରଙ୍କାଲଗଡ଼-ଜାମାପଡ଼ା-ଦଳନ୍ତ ଗଡ଼-ତାଳଗାଁ ଛକ- କରିଲୋପାଟଣା ହାଟ ଆଦି ଦେଇ ଦୁହୁରିଆ ଛକ ଓ ଚଣ୍ଡିଖୋଲ ଦେଇ ରାତି ୯ଟାରେ ନବୀନ ନିବାସ ଫେରିବେ ବୋଲି ଜଣାପଡ଼ିଛି।

Related story