ମୁଣ୍ଡ ଉପରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର, ଧରିଲା ଏସ୍‌ଓଜି ଓ ଡିଭିଏଫ୍

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ ହାତରେ ଧରାପଡ଼ିଲା କୁଖ୍ୟାତ ମାଓବାଦୀ ଲକ୍ଷ୍ମଣ ପଡିଆମି। ଗୋଟିଏ ଦେଶୀ ବନ୍ଧୁକ ସହ ଲକ୍ଷ୍ମଣଙ୍କୁ ଧରିଲା ଏସଓଜି ଓ ଡିଭିଏଫ ବାହିନୀ। ଗତକାଲି ମାଥିଲି ଥାନା ଅଞ୍ଚଳ ତୁଳସୀ ପାହାଡରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ସେ ଧରା ପଡ଼ିଛନ୍ତି। କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଲକ୍ଷ୍ମଣ ଲକ୍ଷ୍ମଣ ନାଁରେ ମାଲକାନଗିରି ଓ ଛତିଶଗଡ଼ର ସୁକମା ଜିଲ୍ଲାରେ ଅନେକ ହିଂସା ମାମଲା […]

Naxal

  • Published: Sunday, 10 July 2022
  • , Updated: 10 July 2022, 04:38 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ ହାତରେ ଧରାପଡ଼ିଲା କୁଖ୍ୟାତ ମାଓବାଦୀ ଲକ୍ଷ୍ମଣ ପଡିଆମି। ଗୋଟିଏ ଦେଶୀ ବନ୍ଧୁକ ସହ ଲକ୍ଷ୍ମଣଙ୍କୁ ଧରିଲା ଏସଓଜି ଓ ଡିଭିଏଫ ବାହିନୀ। ଗତକାଲି ମାଥିଲି ଥାନା ଅଞ୍ଚଳ ତୁଳସୀ ପାହାଡରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ସେ ଧରା ପଡ଼ିଛନ୍ତି।

କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଲକ୍ଷ୍ମଣ ଲକ୍ଷ୍ମଣ ନାଁରେ ମାଲକାନଗିରି ଓ ଛତିଶଗଡ଼ର ସୁକମା ଜିଲ୍ଲାରେ ଅନେକ ହିଂସା ମାମଲା ଥିଲା। ତାଙ୍କୁ ଧରିବାରେ ସହାୟତା କରିବା ବ୍ୟକ୍ତିଙ୍କୁ ଓଡ଼ିଶା ସରକାର ଲକ୍ଷେ ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଥିଲେ।

ଲକ୍ଷ୍ମଣଙ୍କ ନାମରେ ମାଲକାନଗିରି ଓ ଛତିଶଗଡ ସୁକୁମା ଜିଲ୍ଲାରେ ଅନେକ ହିଂସା ମାମଲା ରହିଛି ବୋଲି ମାଲକାନଗିରି ଏସପି କହିଛନ୍ତି । ତାଙ୍କୁ ଧରିବା ପରେ ପୁଲିସ ପକ୍ଷରୁ ଅଧିକ ପଚରାଉଚରା କରାଯାଇଛି। ଏଥିସହ ଏହି ଅଞ୍ଚଳରେ ମାଓବାଦୀ ଦମନ ନିମନ୍ତେ ପୁଲିସ ପକ୍ଷରୁ କୁମ୍ବିଂ ଜୋରଦାର କରାଯାଇଛି।

Related story