ନକ୍ସଲଙ୍କ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ବାଲିଗୁଡ଼ା (ଅଜିତ ନାୟକ): କିଛି ଦିନର ନିରବତା ପରେ ନକ୍ସଲମାନେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିବା ସହ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ଏହାସହ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ୫୯ ନମ୍ବର ଜାତୀୟ ରାଜପଥ […]

mao,,

Tapaswini Nayak
  • Published: Friday, 25 October 2019
  • , Updated: 25 October 2019, 01:11 PM IST

ବାଲିଗୁଡ଼ା (ଅଜିତ ନାୟକ): କିଛି ଦିନର ନିରବତା ପରେ ନକ୍ସଲମାନେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିବା ସହ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି।

ଏହାସହ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ା-ଦାରିଙ୍ଗବାଡି ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଉଭୟ ପାର୍ଶ୍ୱରେ ଯାନବାହାନ ଗୁଡ଼ିକ ଅଟକି ରହିଛି। ସେହିପରି ଉତ୍ତମଗଡ଼ ନିକଟ ପନ୍ଦର ମାଇଲ୍ ଠାରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ା-କୋଟଗଡ଼-ରାୟଗଡ଼ା-କଳାହାଣ୍ଡି ମଧ୍ୟରେ ଯୋଗାଯୋଗ ବନ୍ଦ ରହିଛି। 

ଗଛରେ ନକ୍ସଲମାନେ ବିସ୍ଫୋରକ ଖଞ୍ଜିଥିବା ସନ୍ଦେହ କରାଯାଉଛି। ନକ୍ସଲଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Related story