ଫୁଲବାଣୀ (ତ୍ରିନାଥ ସାହୁ): ଆଜି ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟ ଜଙ୍ଗଲରେ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି।
ସୂଚନାରୁ ପ୍ରକାଶ, ତୁମୁଡ଼ିବନ୍ଧ ନିକଟସ୍ଥ ଜଙ୍ଗଲରେ ନକ୍ସଲ ସକ୍ରିୟ ଥିବା ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଠିକ୍ ଏତିକି ବେଳେ ନକ୍ସଲଙ୍କ ସହିତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ସୁରକ୍ଷା କର୍ମୀମାନେ ସେଠାରୁ ୪ଟି ବନ୍ଧୁକ, ୩ଟି ଗ୍ରେନେଡ୍ ଓ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ଏହାପରେ ଏବେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
ଏଡିଜି ଅପରେସନ ଆର୍.ପି କୋଚେ ଏହି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ନବୀନ
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ।
Politics
ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍
ଆଜିର ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୩ ଜୁଲାଇ ୧୧ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା ।
Politics
ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ, ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତିଙ୍କୁ ବୁଡ଼ାଇବେ: ସୂର୍ଯ୍ୟବଂଶୀ
ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମକୁ ସାଧାରଣ ଲୋକ ତ ଦୂରର କଥା ମନ୍ତ୍ରୀମାନଙ୍କୁ ବି ଛଡ଼ାଯାଉନଥିଲା । ଗୋଟିଏ ଲୋକ ସକାଳୁ ସକାଳୁ ଯାଇ ବଗ ଭଳିଆ ଟଙ୍ଗଟଙ୍ଗ ହୋଇ ବୁଲି ଭିଡ଼ିଓ ଛାଡ଼ୁଥିଲେ । ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ ।
Events & Festivals
ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।
Miscellaneous
କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ବୈଜୟନ୍ତ
ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ।