ଏନ୍‌ଆଇଏ ମାମଲାରେ ଭୁବନେଶ୍ୱର କୋର୍ଟରେ ହାଜର ହେବେ ମାଓବାଦୀ ସନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ଆସିଲା ହାର୍ଡକୋର୍ ମାଓବାଦୀ ସନ୍ତୁ। ମାଓବାଦୀ ସନ୍ତୁ ଓରଫ୍ ଗେମ୍ବାଲି ଚିନ୍ନାରାଓକୁ ରାୟଗଡ଼ା ଜିଲ୍ଲା କାରାଗାରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ସନ୍ତୁକୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ।  NIAର ଏକ ମାମଲାରେ ସନ୍ତୁକୁ କୋର୍ଟରେ ହାଜର କରାଯିବ। ୨୦୧୩ ମେ’ ୭ ତାରିଖରେ ଫୁଲକଣା ଛକରୁ ସନ୍ତୁକୁ ବିସ୍ଫୋରକ ସାମଗ୍ରୀ ଓ ଗୋଟିଏ ରିଭଲଭର ସହ ରାୟଗଡ଼ା ପୋଲିସ ଗିରଫ କରିଥିଲା। ୨୦୧୩ ମସିହା ଚିତ୍ରକୋଣ୍ଡା ବିଏସ୍ଏଫ୍ କ୍ୟାମ୍ପ ଆକ୍ରମଣରେ ସନ୍ତୁର ସମ୍ପୃକ୍ତ […]

naxal leader

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 07:48 PM IST

ଭୁବନେଶ୍ୱର: ଭୁବନେଶ୍ୱର ଆସିଲା ହାର୍ଡକୋର୍ ମାଓବାଦୀ ସନ୍ତୁ। ମାଓବାଦୀ ସନ୍ତୁ ଓରଫ୍ ଗେମ୍ବାଲି ଚିନ୍ନାରାଓକୁ ରାୟଗଡ଼ା ଜିଲ୍ଲା କାରାଗାରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ସନ୍ତୁକୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ।  NIAର ଏକ ମାମଲାରେ ସନ୍ତୁକୁ କୋର୍ଟରେ ହାଜର କରାଯିବ। ୨୦୧୩ ମେ’ ୭ ତାରିଖରେ ଫୁଲକଣା ଛକରୁ ସନ୍ତୁକୁ ବିସ୍ଫୋରକ ସାମଗ୍ରୀ ଓ ଗୋଟିଏ ରିଭଲଭର ସହ ରାୟଗଡ଼ା ପୋଲିସ ଗିରଫ କରିଥିଲା। ୨୦୧୩ ମସିହା ଚିତ୍ରକୋଣ୍ଡା ବିଏସ୍ଏଫ୍ କ୍ୟାମ୍ପ ଆକ୍ରମଣରେ ସନ୍ତୁର ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଏସଂକ୍ରାନ୍ତରେ ଭୁବନେଶ୍ୱର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଏନ୍ଆଇଏ ପିଟିସନ ଦାଖଲ କରିଥିଲା।

Related story