ପୁଣି ରକ୍ତର ହୋଲି ଖେଳିଲେ ଲାଲ୍‌ବାହିନୀ

Naxal Terror In Kalahandi

641

641

Tapas Behera
  • Published: Monday, 22 July 2019
  • Updated: 22 July 2019, 07:44 PM IST

ଭବାନୀପାଟଣା(ରାଜକୁମାର ସିଂ ଦେଓ):କଳାହାଣ୍ଡି ଜିଲ୍ଲାରେ ଲାଲ୍ ବାହିନୀ ଆତଙ୍କ। ଦୁଇ ଦୁଇଟି ମୁଣ୍ଡ ନେବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତକାଲି ଦିନ ବେଳା ବିଜେପୁର ମାଳିପଡ଼ା ହାଟ ମଝିରେ ଜଣଙ୍କୁ ୪ଟି ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୁଣି କାଲି ରାତିରେ ଜଣଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ମାଓବାଦୀ ପକ୍ଷରୁ ଦର୍ଶାଯାଇଥିବା ବେଳେ, ଉଭୟ ମୃତକ ଠିକାଦାର ହୋଇଥିବାରୁ ଏହାର ଅନ୍ୟ କିଛି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପୋଲିସକୁ ଲାଲିବାହିନୀର ଖୋଲା ଚାଲେଞ୍ଜ ପରେ ଜୋରଦାର ହୋଇଛି ମାଓ ବିରୋଧୀ ଅପରେସନ।

୧୨ ଘଣ୍ଟା ଭିତରେ ଦୁଇ ଦୁଇଟି ମୁଣ୍ଡ ଗଡ଼ିବା ପରେ ଥରହର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳବାସୀ । କାଲି ଦିନ ବେଳା ବିଜେପୁର ଥାନା ମାଳିପଡ଼ା ହାଟରେ ଜଣେ ଠିକାଦାରଙ୍କୁ ଗୁଳି କରି ମାରିବା ପରେ, ରାତିରେ ବିଶ୍ୱନାଥପୁର ଥାନା ଡୁକୁରିଗୁଡ଼ାରେ ଆଉ ଜଣେ ଠିକାଦାରକୁ ମାରିଛନ୍ତି ମାଓବାଦୀ । ଲୋକଙ୍କ କହିବା କଥା, କାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୀମଙ୍କୁ ଘରୁ ଡାକିନେଇ ଗୁଳି କରିଥିଲେ ମାଓବାଦୀ । ଘଟଣା ସ୍ଥଳରୁ ମିଳିଥିବା ପୋଷ୍ଟରରେ ତାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଦର୍ଶାଇଛି କଳାହାଣ୍ଡି ଏରିଆ କମିଟି ।  ସେପଟେ ଗତକାଲି ମାଳିପଡ଼ା ହାଟରେ ନାଏବ ସରପଞ୍ଚଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣାରେ ରାୟଗଡ଼ା ଏରିଆ କମିଟି ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

କେବଳ ଏଇ ଦୁଇ ଜଣ ନୁହନ୍ତି। ଦାଦାବଟି ପାଇଁ ହେଉ କି ପୋଲିସ ଇନଫର୍ମର ସନ୍ଦେହରେ, କଳାହାଣ୍ଡି ଜିଲ୍ଲାରେ କିଛି ବର୍ଷ ହେବ ମାଓବାଦୀମାନେ ବାରମ୍ବାର ଠିକାଦାରଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି। ପୋଲିସ୍‌ର ତଥ୍ୟ ଅନୁସାରେ, ଗତବର୍ଷ ରାଜ୍ୟର ୧୨ଟି ମାଓପ୍ରବଣ ଜିଲ୍ଲାରେ ୫୩ଟି ମାଓ ବିରୋଧୀ ଅପରେସନ୍ ହୋଇଥିଲା । ଯେଉଁଥିରେ ଟଳିଥିଲେ ୧୯ ମାଓବାଦୀ।  କେବଳ କଳାହାଣ୍ଡିରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ତିନିଥର ଗୁଳିବିନିମୟ ହୋଇଥିଲା ।  ତେବେ ଉଦ୍‌ବେଗଜନକ ବିଷୟ ହେଉଛି, ଗୋଟିଏ ପଟେ ମାଓପ୍ରବଣ ଜିଲ୍ଲା ସଂଖ୍ୟା ୧୯ ର ୧୫କୁ ଖସିଥିବା ବେଳେ, ଅନ୍ୟପଟେ କଳାହାଣ୍ଡି ଭଳି ଜିଲ୍ଲାରେ ମାଓ ଗତିବିଧି ହିଂସା ବଢୁଛି ।  ତେଣୁ ପୋଲିସ୍ କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଆଦି ଜିଲ୍ଲାର ସୀମା ସିଲ୍ କରିବା ସହ ଏସ୍ଓଜି ଯବାନ ମୁତୟନ କରି ଜୋରଦାର ଅପରେସନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୂର୍ବତନ ପୋଲିସ ଡିଜି ଏସ.ଏନ ତିୱାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story