ଲାଲ୍‌ବାହିନୀର ତାଣ୍ଡବ ଲୀଳା; ଜାଳିଦେଲେ ମୋବାଇଲ ଟାୱାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି- ଛତିଶଗଡ ସୀମାନ୍ତରେ ପୁଣିଥରେ ଦେଖିବାକୁ ମିଳିଛି ଲାଲ୍ ବାହିନୀର ତାଣ୍ଡବ ଲୀଳା । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା BSNL ମୋବାଇଲ ଟାୱାରକୁ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ବାହିନୀ । ପ୍ରାୟ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ୱଂସ କରିବା ସହ ରାଜରାସ୍ତା ଉପରେ ପଥର ଓ  ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । […]

mao-1

mao-1

Niharika Rout
  • Published: Friday, 02 October 2020
  • Updated: 02 October 2020, 11:53 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି- ଛତିଶଗଡ ସୀମାନ୍ତରେ ପୁଣିଥରେ ଦେଖିବାକୁ ମିଳିଛି ଲାଲ୍ ବାହିନୀର ତାଣ୍ଡବ ଲୀଳା । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା BSNL ମୋବାଇଲ ଟାୱାରକୁ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ବାହିନୀ ।

ପ୍ରାୟ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ୱଂସ କରିବା ସହ ରାଜରାସ୍ତା ଉପରେ ପଥର ଓ  ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ ।

ଆଜି ସକାଳେ ସିଆରପିଏଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଠାରୁ ମାତ୍ର କିଛି କିଲୋମିଟର ଦୂର ଜାତୀୟ ରାଜପଥ ଉପରେ  ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସୀମାନ୍ତରେ ପୁଣି ଥରେ ଭୟର ବାତାବରଣ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos