ସରୋଜର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ଏବେ ଜେଲରେ ଅଛି। ଏହି ହତ୍ୟା ଓ ଦୁଷ୍କର୍ମ ମାମଲାର ଅଧିକ ତଦନ୍ତ ପାଇଁ SIT ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ କରିପାରେ। ଏନେଇ SIT ପକ୍ଷରୁ ପକ୍ସୋ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ରାୟକୁ ସୁରକ୍ଷିତ ରଖିଛନ୍ତି। ଆସନ୍ତାକାଲି କୋର୍ଟ ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ସେପଟେ ସରୋଜକୁ ନାବାଳକ ଭାବେ ଗ୍ରହଣ କରିବାକୁ […]

pari

Ranjit Kumar Jena
  • Published: Monday, 04 January 2021
  • , Updated: 04 January 2021, 03:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ଏବେ ଜେଲରେ ଅଛି। ଏହି ହତ୍ୟା ଓ ଦୁଷ୍କର୍ମ ମାମଲାର ଅଧିକ ତଦନ୍ତ ପାଇଁ SIT ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ କରିପାରେ। ଏନେଇ SIT ପକ୍ଷରୁ ପକ୍ସୋ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ରାୟକୁ ସୁରକ୍ଷିତ ରଖିଛନ୍ତି। ଆସନ୍ତାକାଲି କୋର୍ଟ ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି।

ସେପଟେ ସରୋଜକୁ ନାବାଳକ ଭାବେ ଗ୍ରହଣ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ସରୋଜଙ୍କ ଓକିଲ। ସରୋଜର ମାଟ୍ରିକ ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣପତ୍ର ସହ ଆବେଦନ କରାଯାଇଛି। କୋର୍ଟ ମଧ୍ୟ ଆଜି ଏହାର ଶୁଣାଣି କରିଛନ୍ତି। ତେବେ କୋର୍ଟ ଆସନ୍ତାକାଲି ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ କୋର୍ଟ ସରୋଜର ମା'ଙ୍କୁ ମଧ୍ୟ ଡକାଇଛନ୍ତି।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ SIT ସରୋଜକୁ ସାବାଳକ କହି ଗିରଫ କରିଥିଲା। କିନ୍ତୁ ସରୋଜର ପରିବାର ଲୋକେ ତାକୁ ନାବାଳକ କହିଛନ୍ତି। ଅନ୍ୟପକ୍ଷରେ SITର ତଦନ୍ତୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିରୋଧ ଦଳ SITର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ପରୀ ମାମଲାରେ ଅନ୍ୟ କାହାରିକୁ କାହିଁକି ତଦନ୍ତ କରାଯାଉନାହିଁ, ତାକୁ ନେଇ ସନ୍ଦେହ ପ୍ରକଟ କରିଛି।

Related story