ଆଜି ମୁଁ ଯାହା ସେସବୁ କେବଳ ବିଜେପି ପାଇଁ ହୋଇଛି : ଦ୍ରୌପଦୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାରେ ନିଜ ସପକ୍ଷରେ ପ୍ରଚାର ଶେଷ କରି ଫେରି ଯାଇଛନ୍ତି । ତାଙ୍କୁ ବିମାନବନ୍ଦରରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ରାଜ୍ୟ ଅତିଥି ଭବନରେ ସେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ସମ୍ବୋଧିତ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ଆଜି ମୁଁ ଯାହା ବି ହୋଇଛି ସେସବୁ କେବଳ ବିଜେପି ପାଇଁ ହୋଇଛି । ମୋର ପରିଚୟ ବିଜେପି […]

Draupadi Murmu

Draupadi Murmu

Manoranjan Sial
  • Published: Friday, 08 July 2022
  • Updated: 08 July 2022, 10:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାରେ ନିଜ ସପକ୍ଷରେ ପ୍ରଚାର ଶେଷ କରି ଫେରି ଯାଇଛନ୍ତି । ତାଙ୍କୁ ବିମାନବନ୍ଦରରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ରାଜ୍ୟ ଅତିଥି ଭବନରେ ସେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ସମ୍ବୋଧିତ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ଆଜି ମୁଁ ଯାହା ବି ହୋଇଛି ସେସବୁ କେବଳ ବିଜେପି ପାଇଁ ହୋଇଛି । ମୋର ପରିଚୟ ବିଜେପି ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ ।

ବିଜେପି ବିଧାୟକ ଓ ସାଂସଦମାନଙ୍କୁ କହିଥିଲେ ଯେ, ‘ମୁଁ ଆପଣ ମାନଙ୍କ ଭିତରୁ ଜଣେ’ । ମୋ ପରି ଜଣେ ସାଧାରଣ ମହିଳାଙ୍କୁ କାଉନସିଲରରୁ ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଭାବେ ମନୋନୟନ କରିବା ନିଶ୍ଚିତ ଭାବେ ମୋ ପାଇଁ ଅବର୍ଣ୍ଣନୀୟ । ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମୋ ଭଳି ସାଧାରଣ ଲୋକଙ୍କୁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ପାର୍ଟିର କୋଟି କୋଟି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଘରକୁ ଝିଅ ଆସିଲେ ଘର ଯେଭଳି ଉତ୍ସବ ମୁଖର ହୁଏ ସେହିଭଳି ଆଜି ଉତ୍ସବମୁଖର ବାତାବରଣ ଥିଲା, ଏଥିପାଇଁ ମୁଁ ଓଡ଼ିଶା ନିକଟରେ କୃତଜ୍ଞ । ଦେଶର ବିଭିନ୍ନ ରାଜ୍ୟ ବୁଲିବା ବେଳେ ଆଶାରୁ ଅଧିକ ଜନସମର୍ଥନ ଓ ଭଲ ପାଇବା ଦେଖି ଅନୁଭବ ହେଉଛି, ଆମ ପାର୍ଟି ପ୍ରତି ଲୋକଙ୍କର ଅନେକ ଅପେକ୍ଷା ଅଛି, ସେଥିପାଇଁ ଆମକୁ ଅଧିକରୁ ଅଧିକ ପରିଶ୍ରମ କରି ଲୋକଙ୍କ ସେବାରେ ନିୟୋଜିତ ହେବାକୁ ପଡ଼ିବ ।

ସେହିପରି ରାଜ୍ୟ ଅତିଥି ଭବନରେ ସାଂସଦ ଓ ବିଧାୟକ ଦଳ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟପାଳଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପଦବୀରେ ଆଜି ଓଡ଼ିଆ ସମ୍ମାନିତ । ଓଡ଼ିଶାର ଜଣେ ସାଧାରଣ ଆଦିବାସୀ ପରିବାରର ଦ୍ରୌପଦୀ ମୁର୍ମୁଙ୍କୁ ଗରିମାମୟ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ କରାଯାଇଛି । ଓଡ଼ିଶାକୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାରରେ ଆସିଥିବା ଶ୍ରୀମତୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ପାରମ୍ପରିକ ବାଦ୍ୟଯନ୍ତ୍ର, ନୃତ୍ୟ ସହ ହଜାର ହଜାର ଶୁଭେଚ୍ଛୁଙ୍କ ଜନସମାଗମରେ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜ୍ୟ ଅତିଥି ଭବନରେ ବିଜେପିର ସମସ୍ତ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos