ପ୍ରେମ ମାନେନା ସୀମା ସରହଦ, ନେପାଳ ଝିଅ ସାଜିଲେ କଣ୍ଟାବାଞ୍ଜି ବୋହୂ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପ୍ରେମ ମାନେନା ବନ୍ଧବାଡ଼। ପ୍ରେମକୁ କୌଣସି ସୀମା ମଧ୍ୟରେ ବାନ୍ଧି ରଖିବା କଷ୍ଟକର। ଏହା ଶାଶ୍ୱତ, ଚିରନ୍ତନ। ମନର ମଣିଷଟିଏ ପାଇଗଲେ ତା’ ପାଦ ତଳେ ଲାଗେନି। ସୀମା ସରହଦ ଡେଇଁ ଉଡ଼ିଯିବାକୁ ବି ପଛାଏ ନାହିଁ। ପ୍ରେମ ଆଗରେ ନ ଥାଏ ଧନି-ଗରିବର ଭେଦଭାବ। ମନଲାଖି ସାଥୀଟିଏ ମିଳିଗଲେ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନ ବି ତୁଚ୍ଛ ଲାଗେ। ଝାଟିମାଟି ଘର ବି ରାଜପ୍ରସାଦଠୁ କମ୍‌ ଲାଗେନି। ଏମିତି ଏକ ପ୍ରେମୀଯୁଗଳଙ୍କ କଥା […]

nepal-4--1-1

nepal-4--1-1

Niharika Rout
  • Published: Saturday, 08 February 2020
  • Updated: 08 February 2020, 01:23 PM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପ୍ରେମ ମାନେନା ବନ୍ଧବାଡ଼। ପ୍ରେମକୁ କୌଣସି ସୀମା ମଧ୍ୟରେ ବାନ୍ଧି ରଖିବା କଷ୍ଟକର। ଏହା ଶାଶ୍ୱତ, ଚିରନ୍ତନ। ମନର ମଣିଷଟିଏ ପାଇଗଲେ ତା’ ପାଦ ତଳେ ଲାଗେନି। ସୀମା ସରହଦ ଡେଇଁ ଉଡ଼ିଯିବାକୁ ବି ପଛାଏ ନାହିଁ।

ପ୍ରେମ ଆଗରେ ନ ଥାଏ ଧନି-ଗରିବର ଭେଦଭାବ। ମନଲାଖି ସାଥୀଟିଏ ମିଳିଗଲେ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନ ବି ତୁଚ୍ଛ ଲାଗେ। ଝାଟିମାଟି ଘର ବି ରାଜପ୍ରସାଦଠୁ କମ୍‌ ଲାଗେନି। ଏମିତି ଏକ ପ୍ରେମୀଯୁଗଳଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।  ଯିଏ ନିଜ ପ୍ରେମ ପାଇଁ ନେପାଳରୁ ଧାଇଁ ଆସିଛନ୍ତି ବଲାଙ୍ଗିର ଜିଲ୍ଲାର ଲୁହୁରାପାଲି ଗାଁକୁ।

ସେମାନଙ୍କ ପ୍ରେମର ନିବିଡ଼ତା ଆଗରେ ଉଭୟ ପରିବାର ମଧ୍ୟ ହାର୍‌ ମାନିଯାଇଛନ୍ତି । ସେମାନଙ୍କୁ ଅଲଗା କରିବା କଥା ଚିନ୍ତା କରି ନ ପାରି ସହଯୋଗର ହାତ ବଢାଇଛନ୍ତି। ନେପାଳର ଝିଅ ସୁନୀତା ସାଙ୍ଗମା ଏବେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ଥାନା ଲୁହୁରାପାଲି ଗାଁର ବୋହୂ। ଶାଶୂଘର ଗାଁ ଦାଣ୍ଡରେ ମୁଣ୍ଡରେ ଓଢ଼ଣା ଦେଇ କୂଅରୁ ପାଣି କାଢୁଛନ୍ତି। ଚୁଲି ନିଆଁରେ ରୋଷେଇ କରୁଛନ୍ତି। ତଥାପି ସୁନୀତା ଖୁସି। କାରଣ ସେ ତାଙ୍କ ମନର ମଣିଷଟିକୁ ପାଖରେ ପାଇ ପାରିଛନ୍ତି।

ସୁନୀତାଙ୍କ ବାପା ଜଣେ ରବର ଚାଷୀ। ଘରେ ସୁଖ, ସୁବିଧାର ଅଭାବ ନାହିଁ। ବଲାଙ୍ଗିରର ଲୁହୁରାପାଲି ଗାଁର ଚନ୍ଦ୍ରମଣି ସୁନାଙ୍କ ସହ ତାଙ୍କର ଚାଟିଂ ଆରମ୍ଭ ହେଲା ୨୦୧୮ ମସିହାରେ। ସେତେବେଳେ ଚନ୍ଦ୍ରମଣି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। ଚାଟିଂରୁ ଫୋନ୍‌ରେ କଥାବାର୍ତ୍ତା। ଆସ୍ତେ ଆସ୍ତେ ଉଭୟଙ୍କ ମଧ୍ୟରେ ବଢ଼ିଲା ପ୍ରେମ ସମ୍ପର୍କ। ଉଭୟ ପ୍ରଥମେ ଏହାକୁ ହାଲ୍‌କା ଭାବେ ନେଇଥିଲେ ମଧ୍ୟ ଏହା କେବେ ଯେ, ନିବିଡ଼ ହୋଇଗଲା, ଉଭୟ ଜାଣିପାରିଲେ ନାହିଁ। ପରସ୍ପରକୁ ଛାଡ଼ି ଦଣ୍ଡେ ବଞ୍ଚିବା କଷ୍ଟକର ହୋଇ ପଡ଼ିଲା।

ହଠାତ୍ ଦିନେ ଚନ୍ଦ୍ରମଣିଙ୍କୁ ସାକ୍ଷାତ କରିବା ପାଇଁ ନେପାଳରୁ ଭୁବନେଶ୍ୱର ଆସିଗଲେ ସୁନୀତା । ଭୁବନେଶ୍ୱର ରେଲ ଷ୍ଟେସନରେ ସୁନୀତାଙ୍କୁ ଦେଖି ବେଶ୍ ଖୁସି ହେଇଯାଇଥିଲେ ଚନ୍ଦ୍ରମଣି । ପରେ ଚନ୍ଦ୍ରମଣି ନିଜ ପ୍ରେମିକା ବାବଦରେ ନିଜ ଘର ଲୋକଙ୍କୁ ଜଣାଇଥିଲେ ।

ଘର ଲୋକ ରାଜି ହେଲା ପରେ ଚନ୍ଦ୍ରମଣି ସୁନୀତାଙ୍କୁ ନେଇ ଆସିଥିଲେ ନିଜ ଗାଁ ଲୁହୁରାପାଲିକୁ। ସୁନୀତା ବି ନିଜର ଘରର ସୁଖ, ସ୍ୱଚ୍ଛନ୍ଦ ଜୀବନ, ପ୍ରାଚୁର୍ଯ୍ୟ ଓ ସହରୀ ଜୀବନକୁ ପାଦରେ ଏଡ଼ାଇ ଦେଇ  ଚାଲି ଆସିଲେ ଲୁହୁରାପାଲି ଗାଁର ଚନ୍ଦ୍ରମଣିଙ୍କ ଗରିବ କୁଡ଼ିଆକୁ। ସେଠାରେ ମନ୍ଦିରରେ ଦୁଇଜଣ ବିବାହ କଲେ। ଆଉ ଏବେ ଗଲା ୫ ମାସ ହେବ ନିଜ ଗାଁରେ ବେଶ୍ ଖୁସିରେ ଅଛନ୍ତି ଦୁଇ ଜଣ ।

ଏବେ ଚନ୍ଦ୍ରମଣି ଇଂଜିନିୟର ପାଠ ଛାଡ଼ି ଗାଁରେ ପରିବା ବ୍ୟବସାୟ କରୁଛନ୍ତି। ସେହି ରୋଜଗାରରେ କଷ୍ଟେ ମଷ୍ଟେ ଚଳୁଛି ଚନ୍ଦ୍ରଙ୍କ ପରିବାର । ସୁନୀତାଙ୍କ ପରିବାର ଲୋକେ ମଧ୍ୟ ଝିଅ, ଜ୍ୱାଇଁଙ୍କ ସହିତ କଥା ହୋଇଛନ୍ତି। ଖୁବଶୀଘ୍ର ଝିଅକୁ ଦେଖା କରିବାକୁ ଆସିବେ ବୋଲି କହିଛନ୍ତି। ଏପଟେ ଭଲ ବୋହୂ ହୋଇ ସବୁ କର୍ତ୍ତବ୍ୟ କରୁଥିବାରୁ ଚନ୍ଦ୍ରଙ୍କ ବାପା, ମା’ ମଧ୍ୟ ଖୁସି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story