ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ଭିକାରି ସମ୍ବର୍ଦ୍ଧିତ

ଭଦ୍ରକ(ପାର୍ଥସାରଥୀ ନାୟକ): ବହୁ ପ୍ରତିଷ୍ଠିତ ଲୋକ ଓ ବଡ଼ ବଡ଼ କମ୍ପାନୀ ବିଦ୍ୟୁତ୍‌ ବିଲ୍‌ ପଇଠ ନ କରି ଠକି ଚାଲିଥିବା ବେଳେ ଏପରି କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ଭଦ୍ରକ ସଲିପୁରର କାର୍ତ୍ତିକ ନାଥ। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ଭୁଲି ନାହାନ୍ତି। ବକେୟା ବିଲ୍‌ ୨୪ଶହ ଟଙ୍କା ପଇଠ କରି ବେଶ୍‌ ପ୍ରଶଂସିତ ଓ […]

electricity--1

Niharika Rout
  • Published: Tuesday, 21 January 2020
  • , Updated: 21 January 2020, 02:05 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ବହୁ ପ୍ରତିଷ୍ଠିତ ଲୋକ ଓ ବଡ଼ ବଡ଼ କମ୍ପାନୀ ବିଦ୍ୟୁତ୍‌ ବିଲ୍‌ ପଇଠ ନ କରି ଠକି ଚାଲିଥିବା ବେଳେ ଏପରି କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ଭଦ୍ରକ ସଲିପୁରର କାର୍ତ୍ତିକ ନାଥ। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ଭୁଲି ନାହାନ୍ତି। ବକେୟା ବିଲ୍‌ ୨୪ଶହ ଟଙ୍କା ପଇଠ କରି ବେଶ୍‌ ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି କାର୍ତ୍ତିକ। ଭଦ୍ରକ ନେସ୍କୋ ପକ୍ଷରୁ କାର୍ତ୍ତିକ ନାଥକୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି।

ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁମାନେ ବିଲ୍‌ ନଦେବେ ସେମାନଙ୍କ ବିଦ୍ୟୁତ୍‌ କାଟ ମଧ୍ୟ କରାଯାଉଛି। ଏ ସମ୍ପର୍କରେ ଜାଣିବା ପରେ କାର୍ତ୍ତିକ ନାଥ  ନିଜର ବକେୟା ବିଲ୍‌  ପଇଠ କରି  ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତିଙ୍କ ଏପରି ମହତ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।  ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଜି ବିଦ୍ୟୁତ୍‌ ବିଭାଗ ସିଇଓ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏସଡିଓ ପ୍ରମୁଖ କାର୍ତ୍ତିକଙ୍କ ଘରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ  ସମ୍ବର୍ଦ୍ଧିତ  କରିବା ସହ ତାଙ୍କୁ ବିଭିନ୍ନ ପ୍ରକାରର ବିଦ୍ୟୁତ୍‌ ସରଞ୍ଜାମ ପ୍ରଦାନ କରିଥିଲେ।

Related story