ଗଡ଼ିଲା ‘ରାଜଧାନୀ ଏକ୍ସପ୍ରେସ୍‌’: ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଚାଲିବ ଏହି ବସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ‘ରାଜଧାନୀ ଏକ୍ସପ୍ରେସ୍‌’ ବସ୍‌ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି ବସ୍ ସେବାର ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିବ। ଶୀତତାପ ନିୟନ୍ତ୍ରିତ ଏହି ଡିଲକ୍ସ ବସ୍ ସେବାରେ ବର୍ତ୍ତମାନ ପାଇଁ ରାଜଧାନୀ ଭୁବନେଶ୍ୱରରୁ ୮ଟି ସ୍ଥାନକୁ ‘ରାଜଧାନୀ ଏକ୍ସପ୍ରେସ୍‌’ ଚଳାଚଳ କରିବ। ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଗଞ୍ଜାମ ଜିଲ୍ଲାର […]

bus1

Jitendra Garnayak
  • Published: Friday, 18 January 2019
  • , Updated: 18 January 2019, 02:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ‘ରାଜଧାନୀ ଏକ୍ସପ୍ରେସ୍‌’ ବସ୍‌ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି ବସ୍ ସେବାର ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିବ।

ଶୀତତାପ ନିୟନ୍ତ୍ରିତ ଏହି ଡିଲକ୍ସ ବସ୍ ସେବାରେ ବର୍ତ୍ତମାନ ପାଇଁ ରାଜଧାନୀ ଭୁବନେଶ୍ୱରରୁ ୮ଟି ସ୍ଥାନକୁ ‘ରାଜଧାନୀ ଏକ୍ସପ୍ରେସ୍‌’ ଚଳାଚଳ କରିବ।

ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରକୁ ଏହି ବସ୍ ଚାଲିବ।

ସେହିପରି ଭୁବନେଶ୍ୱରରୁ ସୁନ୍ଦରଗଡ଼ ଦେଇ ରାଜଗାଙ୍ଗପୁର, ବଲାଙ୍ଗିର ଦେଇ ରାଜଖରିଆର, କରଞ୍ଜିଆ ଦେଇ ଗୋରୁମହିଶାଣି ଓ ସମ୍ବଲପୁର ଦେଇ ବୁର୍ଲାକୁ ମଧ୍ୟ ଏହି ବସ୍ ସେବା ଉପଲବ୍ଧ ହେବ।

ଏହା ସହିତ ୪ଟି ଭଲ୍‌ଭୋ ବସ୍‌ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ବସ୍‌ଗୁଡ଼ିକ ଭୁବନେଶ୍ୱରରୁ କୋଲକାତା ଓ ପାରାଦୀପରୁ ବିଜୟଓ୍ୱାଡ଼ା ଯିବ।

ଏହି ସବୁ ଏସି ବସ୍‌ଗୁଡ଼ିକରେ ମାଗଣା ଓ୍ୱାଇଫାଇ ଓ ମୋବାଇଲ ଚାର୍ଜିଂ ବ୍ୟବସ୍ଥା ରହିବ। ତା’ସହିତ ଏଗୁଡ଼ିକରେ ସିସିଟିଭି କ୍ୟାମେରା ଓ ଭେହିକିଲ ଟ୍ରାକିଂ ବ୍ୟବସ୍ଥା ରହିବ। ଏହି ବସ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ ଅନ୍ ଲାଇନରେ ବି ଟିକେଟ ବୁକ୍ କରି ହେବ।

ଏହି ଦୁଇ ବସ୍ ସେବା ପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ୧୬ କୋଟି ଟଙ୍କାରେ ୨୭ଟି ବସ୍ କିଣିଛନ୍ତି। ଏବେ ରାଜ୍ୟର ୩୦ ଜିଲ୍ଲା ରାଜ୍ୟ ସଡ଼କ ପରିବହନ ନିଗମର ମୋଟ ୪୨୯ଟି ବସ୍ ଚାଲିଛି।

Related story