ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୮୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୧୦୬ ଟି ହେଉଛି ଲୋକାଲ୍ କେସ୍।
Covid-19 Report For 19th August
New Positive Cases: 2898
In quarantine: 1792
Local contacts: 1106(Details of local contacts will be shared by concerned District Administration)
District Wise Cases
1. Angul: 16
2. Balasore: 140
3. Bargarh: 9
4. Bhadrak: 107
5. Balangir: 173— I & PR Department, Odisha (@IPR_Odisha) August 20, 2020
ଏହି ୨୮୯୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୫୨୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୧, ନୟାଗଡ଼ରୁ ୨୩୨, ବଲାଙ୍ଗିରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ରାୟଗଡ଼ାରୁ ୧୦୫ ଓ ସୁନ୍ଦରଗଡ଼ରୁ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
21. Malkangiri: 56
22. Mayurbhanj: 53
23. Nawarangpur: 37
24. Nayagarh: 232
25. Nuapada: 8
26. Puri: 104
27. Rayagada: 105
28. Sambalpur: 77
29. Sonepur: 23
30. Sundargarh: 101New Recoveries: 1621
Cumulative Tested: 11,15,947
Positive: 70020
Recovered: 46935
Active Cases: 22651— I & PR Department, Odisha (@IPR_Odisha) August 20, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୬,୯୩୫ ସୁସ୍ଥ ହୋଇସାରିଥିବା ବେଳେ ୨୨,୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଯାଇଛି। ଆଉ ୫୩ ଜଣ କରୋନା ରୋଗୀ ବି ପ୍ରାଣ ହରାଇଛନ୍ତି। ତେବେ ଅନ୍ୟାନ୍ୟ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।