ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୯  କରୋନା ଆକ୍ରାନ୍ତ ।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୫ଟି ଜିଲ୍ଲାରେ ଏହି ୯ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ମଧ୍ୟ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ରାୟଗଡ଼ାରୁ ଜିଲ୍ଲାରୁ ଜଣେ […]

coorona-07

Niharika Rout
  • Published: Friday, 04 September 2020
  • , Updated: 04 September 2020, 11:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୯  କରୋନା ଆକ୍ରାନ୍ତ ।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୫ଟି ଜିଲ୍ଲାରେ ଏହି ୯ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ମଧ୍ୟ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ରାୟଗଡ଼ାରୁ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


ଏହା ସହିତ ବଲାଙ୍ଗିରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚି ଯାଇଛି। ସେହିପରି କଟକରେ ଏହି ସଂଖ୍ୟା ୩୬ରେ ପହଞ୍ଚିଥିବା ବେଳେ ଗଞ୍ଜମରେ ୧୯୯ ଓ ଖୋର୍ଦ୍ଧାରେ ୭୨ରେ ପହଞ୍ଚିଯାଇଛି। ରାୟଗଡ଼ାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।


ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ ସୁସ୍ଥ ହୋଇସାରିଲେଣି। ୨୮,୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି।

Related story