ରାଜ୍ୟରେ ଆଖି ବୁଜିଲେ ଆଉ କରୋନା ୯ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ ୨ ଜଣ ଥିବା ବେଳେ ଭଦ୍ରକ, ବଲାଙ୍ଗିର ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ […]

jalaka-2

jalaka-2

Niharika Rout
  • Published: Saturday, 19 September 2020
  • Updated: 19 September 2020, 12:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ ୨ ଜଣ ଥିବା ବେଳେ ଭଦ୍ରକ, ବଲାଙ୍ଗିର ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।


ବରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଭଦ୍ରକରେ ୧୧, ବଲାଙ୍ଗିରରେ ୧୪, କଟକରେ ୫୭, ଗଜପତିରେ ୨୨, ପୁରୀରେ ୩୫, ରାୟଗଡ଼ାରେ ୩୫ ଓ ସମ୍ବଲପୁରରେ ୨୧ରେ ପହଞ୍ଚିଛି।


ସୂଚନାଯୋଗ୍ୟ,ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୧,୩୭,୫୬୭ ସୁସ୍ଥ ହୋଇସାରିଲେଣି। ୩୭,୨୩୯ ଜଣ ଚିକିତ୍ସାଧୀନ ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos