ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ପୁଣି ଉପର ମୁହାଁ ହେଉଛି ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଶୂନ୍ରୁ ୧୮ ବର୍ଷ ମଧ୍ୟରେ ୧୩୮ ଜଣ ଛୁଆ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮୭ ଏବଂ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ୪୧୫ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ ହଜାର ୧୪୬ରେ ପହଁଚିଛି। ସେହିପରି ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ହଜାର ୮୬କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ରହିଛି। ଜିଲ୍ଲାରୁ ୪୧୯ ଜଣ ପିଜିଟିଭ ବାହାରିଛନ୍ତି। ଅନୁଗୁଳରୁ୧୮, ବାଲେଶ୍ୱରରୁ ୩୦, ବରଗଡ଼ରୁ ୧୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩୨, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୫୧, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୦, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୧, ପୁରୀରୁ ୨୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୧, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୮, ଷ୍ଟେଟପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବୁଧବାର ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ସଂଖ୍ୟାରେ ଆଉ ୬୫ ଜଣ ଯୋଡ଼ି ହୋଇଛନ୍ତି। ମୃତକଙ୍କ ମଧ୍ୟରେ କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ, ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ଯାଏ କରୋନାରୁ ୯ଲକ୍ଷ ୮୦ ହଜାର ୪୭୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୋଟ ସକ୍ରିୟ ମାମଲା ୯ଜହାର ୫୩୬ ରହିଛି।
https://twitter.com/IPR_Odisha/status/1427825626623315972?s=20
https://twitter.com/IPR_Odisha/status/1427825633678135302?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।