ଆଜି ଟ୍ୱିନ ସିଟି ଦାୟିତ୍ୱ ନେବେ ନୂଆ ଡିସିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜି ଟ୍ୱିନ୍ ସିଟିରେ ଦାୟିତ୍ୱ ଗ୍ରହଣ କରିବେ ନୂଆ ଡିସିପି। ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ୱ ନେବେ। ଉଭୟଙ୍କୁ ସ୍ୱାଗତ କରି ଦାୟିତ୍ୱ ଅର୍ପଣ କରିବା ପାଇଁ ପୁଲିସ୍‌ ସେବା ଭବନର ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଉମାଶଙ୍କର ଦାସଙ୍କୁ ଅନୁପ ସାହୁ ଓ ପ୍ରତୀକ ସିଂହଙ୍କୁ ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ […]

police

Tapaswini Nayak
  • Published: Monday, 20 July 2020
  • , Updated: 20 July 2020, 09:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜି ଟ୍ୱିନ୍ ସିଟିରେ ଦାୟିତ୍ୱ ଗ୍ରହଣ କରିବେ ନୂଆ ଡିସିପି। ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ୱ ନେବେ। ଉଭୟଙ୍କୁ ସ୍ୱାଗତ କରି ଦାୟିତ୍ୱ ଅର୍ପଣ କରିବା ପାଇଁ ପୁଲିସ୍‌ ସେବା ଭବନର ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଉମାଶଙ୍କର ଦାସଙ୍କୁ ଅନୁପ ସାହୁ ଓ ପ୍ରତୀକ ସିଂହଙ୍କୁ ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଏହି କାର୍ଯ୍ୟକ୍ରମ ରହିଛି ।

ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ ସହିତ ରାଜ୍ୟ ସରକାର ପୁରୀରୁ ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଓ ପ୍ରତୀକ ସିଂହଙ୍କୁ କନ୍ଧମାଳରୁ କଟକ ଡିସିପି ଭାବେ ନିଯୁକ୍ତ କରିଛନ୍ତି ।

Related story