ମନ୍ତ୍ରୀ ହେଉ ହେଉ ସମୀକ୍ଷା କଲେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଗତକାଲି ନବୀନଙ୍କ ସହ ୨୦ ଜଣ ବିଧାୟକ  ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଣ୍ଟା ଯାଇଥିଲା। ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ମିଳିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ […]

minister

minister

Jyoshna Pradhan
  • Published: Thursday, 30 May 2019
  • Updated: 30 May 2019, 09:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଗତକାଲି ନବୀନଙ୍କ ସହ ୨୦ ଜଣ ବିଧାୟକ  ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଣ୍ଟା ଯାଇଥିଲା। ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ମିଳିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀମାନେ ସ୍ୱାଗତ କରିଥିଲେ।

‘ଫୋନି’ ବାତ୍ୟା ପରେ  ଇଲେକ୍ଟ୍ରି ସରଞ୍ଜାମ ପ୍ରଭୂତ କ୍ଷୟକ୍ଷତି ହୋଇପଡିଥିବା ବେଳେ  ବହୁ ଜାଗାକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।  ମନ୍ତ୍ରୀ ଏ ସବୁର ସମୀକ୍ଷା କରିଛନ୍ତି।  କେଉଁ ଅଞ୍ଚଳରେ କେତେ ବିଜୁଳି ସଂଯୋଗ ଦିଆଗଲାଣି, କେଉଁ ଅଞ୍ଚଳରେ ବାକି ଅଛି ସେ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ତା’ ସହିତ ପୁନଃରୁଦ୍ଧାର ପାଇଁ ଆଉ କେତେ ଟଙ୍କା ଦରକାର, ତାର ଏକ ବିସ୍ତୃତ ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଶକ୍ତି ଚାହିଦା ପୂରଣ ପାଇଁ ସୋଲାର, ବାଓ ମାସ୍ ସହିତ ଛୋଟ ଛୋଟ ଜଳବିଦ୍ୟୁତ ପ୍ରକଳ୍ପ ଯୋଜନା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos