ମଳଦ୍ୱାର ବାଟେ ସୁନା ଚାଲାଣ!

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସୁନା ସ୍ମଗଲିଂର ହାଇଟେକ୍‌ ଉପାୟ। ଯାହା ଇତିହାସରେ କେବେ ଘଟି ନ ଥିବା ଏମିତି ଡକାୟତି  ଆପଣ କେବେ ଶୁଣି ନ ଥିବେ କି ଭାବି ନ ଥିବେ। ସେ ସତ ହେଉକି ସିନେମା ଆଜି ପର୍ଯ୍ୟନ୍ତ ଡକାୟତିର ଯେତେ ତରିକା ସାମ୍ନାକୁ ଆସିଛି ଏହି ନୂଆ ଫର୍ମୁଲା ସବୁ କାହାଣୀ କୁ ବଳିଯିବ। ଆଉ କେଉଁ ଉପାୟରେ ନୁହଁ ମଳଦ୍ୱାରବାଟେ ହେଉଥିଲା ସୁନାଚାଲାଣ।  ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର। ଭୁବନେଶ୍ୱର […]

gold

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 09:46 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସୁନା ସ୍ମଗଲିଂର ହାଇଟେକ୍‌ ଉପାୟ। ଯାହା ଇତିହାସରେ କେବେ ଘଟି ନ ଥିବା ଏମିତି ଡକାୟତି  ଆପଣ କେବେ ଶୁଣି ନ ଥିବେ କି ଭାବି ନ ଥିବେ। ସେ ସତ ହେଉକି ସିନେମା ଆଜି ପର୍ଯ୍ୟନ୍ତ ଡକାୟତିର ଯେତେ ତରିକା ସାମ୍ନାକୁ ଆସିଛି ଏହି ନୂଆ ଫର୍ମୁଲା ସବୁ କାହାଣୀ କୁ ବଳିଯିବ। ଆଉ କେଉଁ ଉପାୟରେ ନୁହଁ ମଳଦ୍ୱାରବାଟେ ହେଉଥିଲା ସୁନାଚାଲାଣ।  ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର। ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ଏହି ସୁନା। ଭାରତୀୟ ବଂଶୋଦ୍ଭଙ୍କଠାରୁ କଷ୍ଟମ ଅଫିସର ଜବତ କରିଛନ୍ତି ୬ଶହ ଗ୍ରାମରୁ ଅଧିକ ଓଜନର ସୁନା।  ଯାହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷରୁ ଅଧିକ ଟଙ୍କା ହେବ।

ଏୟାର ଏସିଆ ବିମାନରେ ବ୍ୟାଙ୍କକ୍‌ରୁ କ୍ୱାଲାଲାମପୁର ଦେଇ ଯାତ୍ରୀ ଜଣକ ଭୁବନେଶ୍ୱର ଆସିଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ ଯାଞ୍ଚ ପରେ ସୁନା ମିଳିଥିଲ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଧରା ନ ପଡ଼ିବା ପାଇଁ ମଳଦ୍ୱାରବାଟେ ସୁନା ଆଣୁଥିବା ନେଇ ଯାଞ୍ଚ ବେଳେ ଧରାପଡ଼ିଥିବା କୁହାଯାଉଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।  ଏତେ ପରିମାଣର ସୁନା ସେ କାହିଁକି ଲୁଚାଇ ଆଣୁଥିଲେ ସେ ନେଇ ପଚରା ଉଚରା ଚାଲିଛି । କିଛିଦନ ତଳେ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ଚେନ୍ନାଇର ଜଣେ ସୁନା ଚୋରା ଚାଲାଣକାରୀ ଧରପାଡ଼ିଥିଲା

https://youtu.be/Lyje7HLyowA

Related story