ଜଗନ୍ନାଥଙ୍କ ପ୍ରଥମ ଟାର୍ଗେଟ୍ ଥିଲା ପ୍ରିୟଙ୍କାଙ୍କ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପ୍ରଥମ ଟାର୍ଗେଟ୍ ଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ। ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା। ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ (ଜଗନ୍ନାଥ ଓ ପ୍ରିୟଙ୍କା) ପରସ୍ପରକୁ ଜାଣିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ […]

Accused and Victim

Accused and Victim

Jitendra Garnayak
  • Published: Tuesday, 06 July 2021
  • Updated: 07 July 2021, 01:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପ୍ରଥମ ଟାର୍ଗେଟ୍ ଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ। ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା। ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ (ଜଗନ୍ନାଥ ଓ ପ୍ରିୟଙ୍କା) ପରସ୍ପରକୁ ଜାଣିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ଯେଉଁ ଘଟଣା ଘଟାଇଛି, ତାହା ଯୋଜନାବଦ୍ଧ ଥିଲା। ମିଳିଥିବା ଚିଠି ଅନୁସାରେ ସେ ପ୍ରଥମେ ମୃତ ମହିଳାଙ୍କ ପୁଅକୁ ହତ୍ୟା କରିଥା’ନ୍ତା। ମିଳିଥିବା ଚିଠିକୁ ଫୋରେନସିକ୍ ଲ୍ୟାବ୍ ପଠାଯିବ ବୋଲି ଡିସିପି କହିଛନ୍ତି।

ଡିସିପି ଶ୍ରୀ ଦାଶ କହିଛନ୍ତି, ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଯାଜପୁର ଯିବ। ଉଭୟଙ୍କ ନିକଟ ସଂପର୍କୀୟ ଓ ପରିଜନଙ୍କୁ ପଚରାଉଚରା କରାଯିବ। ଅଭିଯୁକ୍ତ ଏବେ ବିପଦମୁକ୍ତ ଥିଲେ ବି ଆଉ କିଛି ଦିନ ଚିକିତ୍ସା ଚାଲିବ। ଚିକିତ୍ସା ସରିଲେ ଡାକ୍ତରଙ୍କ ଅନୁମତି କ୍ରମେ ତାକୁ ପଚରାଉଚରା କରାଯିବ।

ସେ ଆହୁରି କହିଛନ୍ତି ଯେ ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଜୋରଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ।

ସୂଚନାଯୋଗ୍ୟ, ଜଗନ୍ନାଥଙ୍କ ମା’ଙ୍କ ସୂଚନା ଅନୁଯାୟୀ, ସେମାନେ ଦୁହେଁ ପରସ୍ପରକୁ ଜାଣିଥିଲେ। ପ୍ରିୟଙ୍କାଙ୍କ ବାହାଘର ପରେ ଜଗନ୍ନାଥ ବେଙ୍ଗାଲୁରୁ ଚାଲି ଯାଇଥିଲେ। କିନ୍ତୁ ଗତ ବର୍ଷ ଲକ୍‌ଡାଉନ୍‌ ବେଳେ ଜଗନ୍ନାଥ ଘରକୁ ଫେରିଥିଲେ। ଏହା ପରଠୁ ପୁଣି ପ୍ରିୟଙ୍କା ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା। ପ୍ରିୟଙ୍କା ତାଙ୍କ ଆଡୁ ଫୋନ୍ କରୁଥିଲେ ବୋଲି ଜଗନ୍ନାଥଙ୍କ ମା’ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos