ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’। ଶୁକ୍ରବାର ସମ୍ରାଟ ସିନେମା ହଲ୍ରେ ଏହି ଫିଲ୍ମର ପ୍ରିମିୟର ଶୋ' ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ନାୟକ ଜ୍ୟୋତି ଓ ନବାଗତା ଲେସା। ଦିଲିପ ପଣ୍ଡା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ପଣ୍ଡା।
ଅନ୍ୟମାନଙ୍କ ମଧ୍ୟରେ ରାଇମୋହନ ଓ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ରହିଛି ୬ଟି ମନଛୁଆଁ ଗୀତ। ଗୀତ ଗୁଡ଼ିକ ଅସୀମା ପଣ୍ଡା, ଅନନ୍ୟା ଓ ହ୍ୟୁମାନ ସାଗର ଗାଇଛନ୍ତି। ତେବେ ଫିଲ୍ମଟିର ଟାଇଟଲ ଗୀତ ଦର୍ଶକଙ୍କ ବେଶ ପସନ୍ଦ ଆସିଛି।
ସୂଚନାରୁ ପ୍ରକାଶ, ଏହି ଫିଲ୍ମର ଅଡିଓ ରିଲିଜ୍ ବେଳେ ହଙ୍ଗାମା ହୋଇଥିଲା। ଫିଲ୍ମର ହିରୋଇନ୍ଙ୍କୁ ନିର୍ଦ୍ଦେଶକ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ବାଦ ବିବାଦ ପରେ ଶେଷରେ ଆଜି ଫିଲ୍ମ ରିଲିଜ୍ ହୋଇଛି। ଏହି ଫିଲ୍ମ ଦର୍ଶକଙ୍କ ମନ କଣିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।