୬୫ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ନିୟମ କୋହଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଚିହ୍ନିତ ୬୫ଟି ଟୋଲ ପ୍ଲାଜାରେ ଆଜିଠାରୁ ଆସନ୍ତା ୩୦ ଦିନ ପାଇଁ ଫାଷ୍ଟଟ୍ୟାଗ୍‌ ନିୟମକୁ କୋହଳ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ […]

to

to

Tapas Behera
  • Published: Wednesday, 15 January 2020
  • Updated: 15 January 2020, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଚିହ୍ନିତ ୬୫ଟି ଟୋଲ ପ୍ଲାଜାରେ ଆଜିଠାରୁ ଆସନ୍ତା ୩୦ ଦିନ ପାଇଁ ଫାଷ୍ଟଟ୍ୟାଗ୍‌ ନିୟମକୁ କୋହଳ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନ ଭାବେ ପରିବର୍ତିତ କରିବା ଲାଗି କୁହାଯାଇଛି। ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାଷ୍ଟଟ୍ୟାଗ୍‌ ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ।

ଉପରୋକ୍ତ ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ୱର ଜାତୀୟ ରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି। ଏସବୁ ଟୋଲପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବା ଏନଏଚଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ବିଶେଷ କରି ଟୋଲ ପ୍ଲାଜାର ଦୁଇ ପାର୍ଶ୍ୱରେ ଥିବା ହାଇବ୍ରିଡ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା। ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିବର୍ତିତ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ଏକ ନିଦ୍ଦେର୍ଶନାମା ଜାରି କରାଯାଇଛି।

ତେବେ ଚିହ୍ନଟ ଟୋଲ ପ୍ଲାଜାରେ ହାଇବ୍ରିଡ ଲେନକୁ ଯଥାସମ୍ଭବ କମ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ନିଦ୍ଦେର୍ଶ ଦିଆଯାଇଛି। ଅତିକମରେ ୭୫ଞ୍ଝ ଲେନକୁ ‘ଫାସ୍ଟ୍ୟାଗ ଲେନ ଫି ପ୍ଲାଜା’ ଭାବେ ଅପରିବର୍ତିତ ରଖିବାକୁ ଏହି ନିଦ୍ଦେର୍ଶନାମାରେ କୁହାଯାଇଛି।

ଏହି ୬୫ଟି ଟୋଲ ପ୍ଲାଜାରେ ଉପରୋକ୍ତ ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଯାହାଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ିଭିଡ଼ ଦୂର କରିବା ଦିଗରେ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos