ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ଉଚ୍ଚ ଅଟାଳିକା ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ଫ୍ଲାଟ ସାଇଜ୍ । ଏହାସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡ଼ିବନି ଅନୁମତି।  ମଡେଲ ପ୍ଲାନ ଅନୁମତି ପାଇଁ ମଧ୍ୟ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଆବଶ୍ୟକ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଗୃହ କାର୍ଯ୍ୟ ଆରମ୍ଭ କରି ହେବ। କୋଠାବାଡ଼ି ନିର୍ମାଣ ନିୟମରେ ଏପରି ବହୁ ପରିବର୍ତ୍ତନ […]

apartment-in-bhubaneswar-2

Niharika Rout
  • Published: Friday, 14 August 2020
  • , Updated: 14 August 2020, 02:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ଉଚ୍ଚ ଅଟାଳିକା ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ଫ୍ଲାଟ ସାଇଜ୍ । ଏହାସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡ଼ିବନି ଅନୁମତି।  ମଡେଲ ପ୍ଲାନ ଅନୁମତି ପାଇଁ ମଧ୍ୟ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଆବଶ୍ୟକ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଗୃହ କାର୍ଯ୍ୟ ଆରମ୍ଭ କରି ହେବ।

କୋଠାବାଡ଼ି ନିର୍ମାଣ ନିୟମରେ ଏପରି ବହୁ ପରିବର୍ତ୍ତନ କରିବା ସହ ଏହାକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର ।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଅନୁଯାୟୀ,  ରାଜ୍ୟ ସରକାର ପ୍ରଥମ ଥର ପାଇଁ ଅର୍ବାନ ଡିପାଟମେଣ୍ଟ ତରଫରୁ  ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍ ୨୦୨୦ ଆଣିଛନ୍ତି । ଏହି ନିୟମ ଅନୁଯାୟୀ , ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଓ ଖରିଦ ଯୋଗ୍ୟ ଏଫଏଆର ଦେୟ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି,  ନୂଆ ନିୟମ ଦ୍ୱାରା ଛୋଟ ଛୋଟ ଘର କରୁଥିବା ସାଧାରଣ ଲୋକ ହଇରାଣ ହେବେନି, ଜାଗା ସମସ୍ୟା ଦୂର ହେବ। ଉଚ୍ଚ ଅଟ୍ଟାଳିକା ନିର୍ମାଣ । ଏହି ନିୟମରେ ବିଲ୍ଡିଂ ରୁଲ୍‌କୁ ସରଳୀକରଣ କରାଯାଇଛି।  ଏହାଦ୍ୱାରା  ରିଅଲ ଇଷ୍ଟେଟରେ ଅଧିକ ଇନଭେଷ୍ଟମେଣ୍ଟ ହୋଇପାରିବ। ଜିଡିପି ବଢ଼ିବ। ସହରାଞ୍ଚଳରେ ଲୋକେ ଘର ପାଉ ନ ଥିବା ସମସ୍ୟା ଦୂର ହେବ।

କିନ୍ତୁ ଏହି ନୂଆ ନିୟମରେ ଅଗ୍ନି ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସାଧାରଣ ଲୋକ ଘର କରିବାକୁ କିପରି ହଇରାଣ ହେବେନି ସେ ନେଇ ମଧ୍ୟ  ଧ୍ୟାନ ଦିଆଯାଇଛି ବୋଲି କହିଲେ ମନ୍ତ୍ରୀ।

Related story