ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ପରମ୍ପରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭା ପରିଚାଳନା କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ପରମ୍ପରା। ପାର୍ଲାମେଣ୍ଟ ଢାଞ୍ଚାରେ ସୁରୁଖୁରୁରେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଏଥିରେ ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଳତବୀ ପ୍ରସ୍ତାବ ସହ ସବୁ ଦିନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିବାକୁ ଦାବି କରିଛନ୍ତି ବିରୋଧୀ। ସେପଟେ କାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଲମ୍ବା ତାଲିକା […]

900

900

Tapas Behera
  • Published: Monday, 24 June 2019
  • Updated: 24 June 2019, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭା ପରିଚାଳନା କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ପରମ୍ପରା। ପାର୍ଲାମେଣ୍ଟ ଢାଞ୍ଚାରେ ସୁରୁଖୁରୁରେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଏଥିରେ ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଳତବୀ ପ୍ରସ୍ତାବ ସହ ସବୁ ଦିନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିବାକୁ ଦାବି କରିଛନ୍ତି ବିରୋଧୀ। ସେପଟେ କାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଲମ୍ବା ତାଲିକା ରହିଥିବା ବେଳେ ଶାସକ ଦଳ ସବୁର ମୁକାବିଲା ପାଇଁ ପୁରାପୁରି ପ୍ରସ୍ତୁତ ଥିବା କହିଛି।

ପ୍ରାୟତଃ ବିଧାନସଭା କାର୍ଯ୍ୟରେ ଅଚଳାବସ୍ଥା ଦେଖାଦେଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି। କିନ୍ତୁ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ମୂଳ ଲକ୍ଷ୍ୟ ହେଲା, ବିଧାନସଭାକୁ ସୁରୁଖୁରୁରେ ଚଳାଇବା । ସେପଟେ ବିଧାନସଭାର ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଲତବୀ ପ୍ରସ୍ତାବ ସହ ପ୍ରତ୍ୟେକ ଦିନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିବାକୁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

୧୯ ନିର୍ବାଚନରେ ବିଜେଡି ପଞ୍ଚମ ଥର କ୍ଷମତାକୁ ଫେରିବାପରେ ପ୍ରଥମ ଅଧିବେଶନ ବସିବାକୁ ଯାଉଛି।  ଲମ୍ବା ବଜେଟ୍ ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା। ତେବେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି । ତେଣୁ ଶାସକ ଦଳକୁ ଘେରିବା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ବାତ୍ୟା ପରବର୍ତ୍ତୀ ଥଇଥାନରେ ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ଅଭାବୀ ଧାନ ବିକ୍ରି, ବିଧାୟକ ସରୋଜ ମେହେରଙ୍କ ଆଚରଣ ଏସବୁ ପସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବ ବିଜେପି। ସେପଟେ  ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେଡି-ବିଜେପି ବୁଝାମଣାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛି କଂଗ୍ରେସ।

ତା’ ସହ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି,  ଫୋନି ପୁନଃରୁଦ୍ଧାରରେ ବିଫଳତା, ଚାଷୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ବିଷୟ ବି ଉଠାଇବ କଂଗ୍ରେସ୍ । ସେପଟେ ବିଜେଡି କାଉଣ୍ଟର ଲାଗି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ଯେଉଁଠି କେନ୍ଦ୍ର ଅବହେଳା କରିଛି ସେ କଥା ବି ଉଠାଇବାକୁ ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା କର୍ଯ୍ୟ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ।  ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos