ଏଣ୍ଟ୍ରି କଲେ ନୂଆ ଚରିତ୍ର, କହିଲେ- ରାତି ସାଢ଼େ ୧୨ଟାରେ ସୌମ୍ୟ ସାର୍‌ଙ୍କ ଘରକୁ ଯାଇଥିଲେ ଡିଏଫଓ

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ରହସ୍ୟର ପରଦା ହଟି ନଥିବା ବେଳେ ସାମ୍ନାକୁ ଆସିଛନ୍ତି ଜଣେ ନୂଆ ଚରିତ୍ର। ତାଙ୍କ ନାଁ ଗଙ୍ଗା ପ୍ରଧାନ। ଆଉ ସେ ଗଣମାଧ୍ୟମ ସମ୍ମୁଖରେ ଦେଇଛନ୍ତି ବିସ୍ଫୋରକ ବୟାନ। ଗଙ୍ଗା କହିଛନ୍ତି ଯେ ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ଥରୁଟିଏ ସେ ଡିଏଫ୍‌ଓଙ୍କୁ ସେଠାକୁ ଯିବାର ଦେଖିଛନ୍ତି। ତେବେ ସେତେବେଳେ ସୌମ୍ୟରଞ୍ଜନ […]

Ganga Pradhan

Ganga Pradhan

Jitendra Garnayak
  • Published: Saturday, 04 September 2021
  • Updated: 04 September 2021, 03:08 PM IST

Sports

Latest News

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ରହସ୍ୟର ପରଦା ହଟି ନଥିବା ବେଳେ ସାମ୍ନାକୁ ଆସିଛନ୍ତି ଜଣେ ନୂଆ ଚରିତ୍ର। ତାଙ୍କ ନାଁ ଗଙ୍ଗା ପ୍ରଧାନ। ଆଉ ସେ ଗଣମାଧ୍ୟମ ସମ୍ମୁଖରେ ଦେଇଛନ୍ତି ବିସ୍ଫୋରକ ବୟାନ।

ଗଙ୍ଗା କହିଛନ୍ତି ଯେ ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ଥରୁଟିଏ ସେ ଡିଏଫ୍‌ଓଙ୍କୁ ସେଠାକୁ ଯିବାର ଦେଖିଛନ୍ତି। ତେବେ ସେତେବେଳେ ସୌମ୍ୟରଞ୍ଜନ ମହାପାତ୍ର ଘରେ ଥିଲେ କି ନାଇଟ୍ ଡ୍ୟୁଟିରେ ଯାଇଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

ସେହିଭଳି ସେ ଆଉ ଏକ ବିସ୍ଫୋରକ କଥା କହିଛନ୍ତି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରରତୀ ପଣ୍ଡାଙ୍କୁ ପ୍ରଥମ ଥର ପାଇଁ ଘଟଣା ଦିନ ହସ୍‌ପିଟାଲ୍‌ରେ ଦେଖିଥିଲେ ବୋଲି ଡିଏଫଓ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ପୂରା ମିଛ ବୋଲି ଗଙ୍ଗା କହିଛନ୍ତି। ସେ କହିଛନ୍ତି, ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ସକାଳେ ଏବଂ ସନ୍ଧ୍ୟାରେ ଚାଲି ଗଲା ବେଳେ ଡିଏଫ୍‌ଓ ତାଙ୍କ ଘରୁ ଥାଇ ସେମାନଙ୍କୁ ଦେଖୁଥିଲେ।

ତା'ହେଲେ କିଏ ଏହି ଗଙ୍ଗା ପ୍ରଧାନ? କାହିଁକି ସେ ଏତେ ଦିନ ହେଲା ଚୁପ୍ ରହିଥିଲେ? ଗଙ୍ଗା ପ୍ରଧାନ ଗଜପତି ଡିଏଫଓ ଅଫିସରେ ଜଗୁଆଳି ଭାବେ କାମ କରୁଥିଲେ। ବିନା କାରଣରେ ୭/୮ ମାସ ତଳେ ତାଙ୍କୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଚାକିରିରୁ ବାହାର କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଏସିଏଫ୍‌ଙ୍କ ଘରକୁ ସେ ସେଦିନ ରାତିରେ ଯିବାର ଦେଖି ଦେଇଥିବାରୁ ଡିଏଫ୍‌ଓ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲେ।

ଗଙ୍ଗା କହିଛନ୍ତି ଯେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଡିଏଫ୍‌ଓ ଯାଇଥିଲେ, ତାହା ସେ କହିପାରିବେ ନାହିଁ। କାରଣ ଘଟଣାଟି ୭/୮ ମାସ ତଳର। ସେହିପରି ସେ ସେଠାରେ କେତେ ସମୟ ରହିଥିଲେ, ତାହା ବି କହିପାରିବେ ନାହିଁ। କିନ୍ତୁ ଯାହା ଦେଖିଛନ୍ତି, ତାହା ପୁଲିସ୍ ହେଉ କି କ୍ରାଇମ୍‌ବ୍ରାଞ୍ଜ- ସମସ୍ତଙ୍କୁ କହିବେ।

ଏତେ ଦିନ ହେଲାଣି କାହିଁକି ସେ ଚୁପ୍ ରହିଥିଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗଙ୍ଗା କହିଛନ୍ତି ଯେ ସମୟ ମିଳୁ ନଥିଲା। ସମୟ ମିଳିବାରୁ ମୁହଁ ଖୋଲିଲେ।

ଡିଏଫଓ ଓ ମୃତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମଧ୍ୟରେ କେମିତି ସଂପର୍କ ଥିଲା ସେ ଜାଣି ନଥିବା କହିଥିବା ବେଳେ ସୌମ୍ୟରଞ୍ଜନ ଜଣେ ଭଲ ଲୋକ ଥିଲେ ବୋଲି କହିଛନ୍ତି। ସେହିପରି ଡିଏଫଓଙ୍କ ସଂପର୍କରେ ସେ ଭାରି ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି। କ୍ରାଇମ୍‌ବ୍ରାଞ୍ଚ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରିସାରିଛି। ତା'ସହିତ ଅନ୍ୟମାନଙ୍କୁ ପଚରାଉଚରା କରିଛି ଓ ଘଟଣାସ୍ଥଳ ଯାଞ୍ଚ କରିଛି। ତେବେ ଏଯାଏଁ ତଦନ୍ତର ଫଳାଫଳ ଏଯାଏଁ ସାମ୍ନାକୁ ଆସିନି।
https://youtu.be/tnPxTSHfKBU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story