ପରୀ ମାମଲା: ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସରକାର SIT ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଯେଉଁ କାରଣରୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନଥିବା ହାଇକୋର୍ଟ କହିଛନ୍ତି। ସୂଚନା ଅଧିକାର ଆଇନ୍ ବଳରେ ହାଇକୋର୍ଟରୁ ଏହି ସୂଚନା ମିଳିଛି। ପରୀ ମାମଲା ସଂପର୍କରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ […]

sit

sit

Ranjit Kumar Jena
  • Published: Friday, 15 January 2021
  • Updated: 15 January 2021, 01:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସରକାର SIT ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଯେଉଁ କାରଣରୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନଥିବା ହାଇକୋର୍ଟ କହିଛନ୍ତି। ସୂଚନା ଅଧିକାର ଆଇନ୍ ବଳରେ ହାଇକୋର୍ଟରୁ ଏହି ସୂଚନା ମିଳିଛି।

ପରୀ ମାମଲା ସଂପର୍କରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେଲେ ହେମନ୍ତଙ୍କ ଆବେଦନର ଉତ୍ତର ଚଳିତ ମାସ ୬ ତାରିଖରେ ହାଇକୋର୍ଟରୁ ଆସିଛି। ଯେଉଁଥିରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ରାଜ୍ୟ ସରକାର ସିଟିଂ ଜଜ୍ ନିଯୁକ୍ତି ପାଇଁ କୌଣସି ଚିଠି ଲେଖିନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଯେଉଁ SIT ନିଯୁକ୍ତ କରିଛନ୍ତି, ତାକୁ କିଏ ମନିଟର କରୁଛନ୍ତି?

ପରୀ ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଗଠନ କରିଥିଲେ। ରାଜ୍ୟ ସରକାର ତା' ସହ ଏସଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ମଧ୍ୟ ଦେଇଥିଲେ ବୋଲି ଦାବି କରିଥିଲେ।

ଚିଠିରେ ଜଣେ ସିଟିଂ ଜଜଙ୍କ ଦ୍ୱାରା ଏସଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ହେଲେ ଜାନୁଆରୀ ୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ କିନ୍ତୁ ସେ ସମ୍ପର୍କିତ ଚିଠି ମିଳିନଥିବା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି। ତେଣୁ ଏଠି ପ୍ରଶ୍ନ ଯଦି ଚିଠି ଲେଖା ଯାଇଥିଲା, ତାହା କିଭଳି ହାଇକୋର୍ଟରେ ପହଞ୍ଚିଲାନି ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟଙ୍କୁ ୪ଟି ପ୍ରଶ୍ନ ପଚାରିଥିଲେ। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟ ସରକାର କେବଳ ଭୂଆଁ ବୁଲେଇବାକୁ କୋର୍ଟ ତଦାରଖ ତଦନ୍ତ କଥା କହିଥିବାବେଳେ କୋର୍ଟଙ୍କୁ ସେନେଇ ଅନୁରୋଧ ନକରି ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ମିଛ କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story