ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମା’

ରାଇରଙ୍ଗପୁର (ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍‌ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି। ଗତ ଶନିବାର ଶିଶୁପୁତ୍ର ଜନ୍ମ ନେବା ପରେ  ବାପା ଓ ମାଆ ଡାକ୍ତରଙ୍କୁ ନ ଜଣାଇ କେଉଁ ଆଡ଼େ ପଳାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ବାଦାମ ପାହାଡ଼ ପୁଲିସକୁ ଖବର […]

medical-1

Tapas Behera
  • Published: Sunday, 07 April 2019
  • , Updated: 07 April 2019, 05:41 PM IST

ରାଇରଙ୍ଗପୁର (ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍‌ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି।

ଗତ ଶନିବାର ଶିଶୁପୁତ୍ର ଜନ୍ମ ନେବା ପରେ  ବାପା ଓ ମାଆ ଡାକ୍ତରଙ୍କୁ ନ ଜଣାଇ କେଉଁ ଆଡ଼େ ପଳାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ବାଦାମ ପାହାଡ଼ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story