ସ୍ୱାମୀଙ୍କୁ ତାଲା ପକାଇ ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ବଲାଙ୍ଗିର (ଓଡିଶା ରିପୋର୍ଟର): ଧୂମଧାମରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍‌ ସମ୍ପର୍କୀୟ ବି ଯେ ଯାହ ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ସେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍‌ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍‌ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ […]

444

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 06:29 PM IST

ବଲାଙ୍ଗିର (ଓଡିଶା ରିପୋର୍ଟର): ଧୂମଧାମରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍‌ ସମ୍ପର୍କୀୟ ବି ଯେ ଯାହ ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ସେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍‌ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍‌ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ ହୁଅନ୍ତି । ସ୍ୱାମୀ ଶୋଇଯିବା ପରେ, ବାହାରପଟୁ ଦୁଆରରେ ତାଲା ପକାଇ, ପ୍ରେମିକ ସହ ଫେରାର ହୋଇଯାଆନ୍ତି ନବବଧୂ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ।

ଘଟଣା କ’ଣ ସେ ସମ୍ପର୍କରେ ଜାଣିବାକୁ ଆପଣଙ୍କ ମନ ହେଉଥିବ । ତା ହେଲେ ପଢନ୍ତୁ ପୂରା ଘଟଣା।

ମାର୍ଚ୍ଚ ୪ ତାରିଖ । ବେଲପଡା ଡୁଙ୍ଗୁରୀପାଲି ଗାଁର ଜଣେ ଯୁବକଙ୍କ ଶୁଭ ବିବାହ ଲଗ୍ନ ଅନୁଯାୟୀ ସ୍ଥିର ହୋଇଥିଲା। ବାହାଘର ପାଇଁ ବରକୁ ବିଦା କରିଥିଲେ ପରିବାର ଲୋକେ। ବରଯାତ୍ରୀ ଯାଇ ପହଞ୍ଚିଥିଲା କନିଆଘର ସାଉନ୍ତମୁଣ୍ଡା ଗାଁରେ। ଝିଅ ଝୁମୁରୀ(ଛଦ୍ମନାମ)ଙ୍କ ବାହାଘର ପାଇଁ ଖୁବ ଖୁସିଥିଲେ କନ୍ୟାଘର ଲୋକେ। ଭୋଜିଭାତରେ ଆପ୍ୟାୟିତ ହେଲେ ବରଯାତ୍ରୀ। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଅଗ୍ନିକୁ ସାକ୍ଷୀରଖି, ସାତ ଜନମର ସାଥୀ ହେବା ପାଇଁ ଶପଥ ନେଇଥିଲେ ବର ଓ କନ୍ୟା ଝୁମୁରୀ।

ସୁରୁଖୁରୁରେ ସରିଲା ବାହାଘର। ଚାରିଦିନ ପରେ ସେଜଇ ହେଲା ଚଉଠି ରାତି। ଫୁଲ ସେଜରେ ପତ୍ନୀଙ୍କ ମୁହଁ ଦେଖିବାକୁ ଅପେକ୍ଷା କରିଥିବା ବରପାତ୍ର ଜଣକ କିନ୍ତୁ ଯାହା ଭାବି ନ ଥିଲେ ସେ କଥା ଘଟିଗଲା। ନବବିବାହିତଙ୍କ ଘରେ ପହଞ୍ଚିଥିଲେ ଦୁଇଜଣ ଯୁବକ। ପତ୍ନୀ ଝୁମୁରୀଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ନିରୋଳାରେ କଥାବାର୍ତ୍ତା ହୋଇଥିଲେ । ଆଉ ଠିକ୍‌ ରାତି ୧୧ଟାରେ ଚଉଠି ରାତିରେ ଛୁ ହୋଇଗଲେ ନବବଧୂ। ବାସର ଘର ଦୁଆର ମୁହଁରେ ତାଲା ପକାଇ, ପ୍ରେମିକ ସହ ଚମ୍ପଟ ମାରିଥିଲେ ନବବିବାହିତା।

ସ୍ତ୍ରୀକୁ ନ ପାଇ କିଛି ସମୟ ଖୋଜା ଖୋଜି କରି ବେଲପଡା ଥାନାରେ ଅଭିଯୋଗ କରିଥିଲେ ବର। ତଦନ୍ତ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ପରେ ଜଣାପଡିଲା ଅସଲ କଥା। ପ୍ରେମିକ ସହ ଝୁମୁରୀ ଫେରାର ହୋଇଥିବା ଜାଣିପାରି ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରିଥିଲା। ବିବାହିତ ସ୍ୱାମୀ ପତ୍ନୀ ଝୁମୁରୀଙ୍କୁ ଆଉଥରେ ଗ୍ରହଣ କରିବାକୁ ମନା କରିଦେବାରୁ, ପ୍ରେମିକଙ୍କ ସ୍ତ୍ରୀ ଭାବେ ରହିବାକୁ ସହମତି ଦେଇଥିଲେ ଝୁମୁରୀ। ବାହାଘର ସମୟରେ ଉଭୟ ପରିବାରରୁ ଦିଆଯାଇଥିବା, ବିଭିନ୍ନ ସାମଗ୍ରୀକୁ ପୋଲିସ ମଧ୍ୟସ୍ଥତାରେ ମଧ୍ୟ ଫେରାଇ ଦିଆଯାଇଛି।

Related story