ସେସୁକୁ କୋଟିଏ ଟଙ୍କା ଜରିମାନା କଲା ଏନ୍‌ଜିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ କମଳାଙ୍ଗରେ ସାତ ସାତଟି ହାତୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ଦାୟୀ କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ତା’ ଉପରେ କୋଟିଏ ଟଙ୍କା ଜରିମାନା କରିଛନ୍ତି। ଗଣମାଧ୍ୟମରେ ପ୍ରସାରିତ ଖବର ଆଧାରରେ ଏନ୍‌ଜିଟି ଏ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍‌ଜିଟିର ଖଣ୍ଡପୀଠ ମାମଲାର ଶୁଣାଣି କରି ସେସୁ ଉପରେ ଏହି ଫାଇନ୍‌ ଲଗାଇଛନ୍ତି। ଏହାସହ […]

elephant-2

Manoranjan Sial
  • Published: Tuesday, 30 October 2018
  • , Updated: 30 October 2018, 09:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ କମଳାଙ୍ଗରେ ସାତ ସାତଟି ହାତୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟୁତ ବିତରଣ କମ୍ପାନୀ 'ସେସୁ'କୁ ଦାୟୀ କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ତା' ଉପରେ କୋଟିଏ ଟଙ୍କା ଜରିମାନା କରିଛନ୍ତି। ଗଣମାଧ୍ୟମରେ ପ୍ରସାରିତ ଖବର ଆଧାରରେ ଏନ୍‌ଜିଟି ଏ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।

ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍‌ଜିଟିର ଖଣ୍ଡପୀଠ ମାମଲାର ଶୁଣାଣି କରି ସେସୁ ଉପରେ ଏହି ଫାଇନ୍‌ ଲଗାଇଛନ୍ତି। ଏହାସହ ଏକ ୩ ଜଣିଆ କମିଟି ଢେଙ୍କାନାଳ ଆସି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମଧ୍ୟ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଗତ ଶୁକ୍ରବାର ରାତିରେ ୧୭ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଚାଲିଆସିଥିଲେ। ମାତ୍ର ବିଦ୍ୟୁତ୍‌ ଆଘାତରେ ୭ ହାତୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ହାତୀମାନେ ଜଙ୍ଗଲକୁ ଫେରିଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶ ଓ ବିଶ୍ୱରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ଏହି ଘଟଣାରେ ୬ ଜଣ ନିଲମ୍ୱିତ ହୋଇଥିବା ବେଳେ ଜଣେ ବହିଷ୍କୃତ ହୋଇଛନ୍ତି। ଏବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି।

Related story