ବାରକୋଟରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ରାସ୍ତା ଅବରୋଧ

Ordigital Desk
  • Published: Friday, 10 November 2017
  • , Updated: 10 November 2017, 09:43 AM IST
<p>ପାଲଲହଡ଼ା: ୩ ଦଫା ଦାବିରେ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲାର ବାରକୋଟରେ ୪୯ ନମ୍ୱର ଜାତୀୟ ରାଜପଥକୁ ୧୨ ଘଣ୍ଟିଆ ଅବରୋଧ କରିଛନ୍ତି। &nbsp;ଫଳରେ&nbsp; ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଏହି ରାସ୍ତା ମୁମ୍ୱାଇ-କୋଲକତାକୁ ସଂଯୋଗ କରୁଛି। ସମିତିର ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଛି।</p> <p>କ୍ଷତି ପୂରଣ ପାଇବା ପାଇଁ ଟଙ୍କା ଅଭାବରୁ କୋର୍ଟକୁ ଯାଇ ପାରି ନ ଥିବା ଲୋକଙ୍କୁ ଏକର ପିଛା ୫୦ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଉ। ସମସ୍ତ ଅଧିଗ୍ରହଣ ଜମିକୁ&nbsp; କ୍ଷତି ପୂରଣ ଦିଆଯାଉ। ଏହାସହ ସେମାନଙ୍କୁ ସଂପୂର୍ଣ୍ଣ ଥଇଥାନ କରାଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।</p> <p>ଘଟଣାସ୍ଥଳରେ ବାରକୋଟ ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।</p>

Related story