ନିଆଳିରେ ଅଜବ ଜୀବର ଆତଙ୍କ, ଖାଇ ଯାଉଛି ମେଣ୍ଢା କଲିଜା

କଟକ: କଟକ ଜିଲ୍ଲା ନିଆଳିରେ ଅଜଣା ଜୀବ ମେଣ୍ଢା ମାରିବାକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏବେ ମଣିଷ ପରେ ହୋଇଛି ଆକ୍ରମଣ। ପ୍ରାୟ ୨ ମାସ ହେବ ଏଭଳି ଆତଙ୍କ ଜାରି ରହିଛି। ତେବେ କେଉଁ ଜୀବ ଏଭଳି ଆକ୍ରମଣ କରୁଛି ତାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ଏପରି ଘଟଣାକୁ ନେଇ ବନ ବିଭାଗ ଚିନ୍ତାରେ ପଡିଛି। ଅନ୍ୟପକ୍ଷରେ ଏହି ଘଟଣଶକୁ ନେଇ ସୋସିଆଲ ମିଡିଆରେ ଭୟଙ୍କର ଜୀଙ୍କ ଫଟୋ ବୁଲୁଛି। ଯାହା […]

sheep

Rakesh Mallick
  • Published: Sunday, 25 June 2017
  • , Updated: 26 June 2017, 03:37 PM IST

କଟକ: କଟକ ଜିଲ୍ଲା ନିଆଳିରେ ଅଜଣା ଜୀବ ମେଣ୍ଢା ମାରିବାକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏବେ ମଣିଷ ପରେ ହୋଇଛି ଆକ୍ରମଣ। ପ୍ରାୟ ୨ ମାସ ହେବ ଏଭଳି ଆତଙ୍କ ଜାରି ରହିଛି। ତେବେ କେଉଁ ଜୀବ ଏଭଳି ଆକ୍ରମଣ କରୁଛି ତାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ଏପରି ଘଟଣାକୁ ନେଇ ବନ ବିଭାଗ ଚିନ୍ତାରେ ପଡିଛି। ଅନ୍ୟପକ୍ଷରେ ଏହି ଘଟଣଶକୁ ନେଇ ସୋସିଆଲ ମିଡିଆରେ ଭୟଙ୍କର ଜୀଙ୍କ ଫଟୋ ବୁଲୁଛି। ଯାହା ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି।

ଅଭିଯୋଗ ଅନୁଯାୟୀ, ଏହି ଜୀବଟି ରାତି ଅଧରେ ଆସି ମେଣ୍ଡାକୁ ମାରିବା ପରେ ତା’ର କଲିଜା ଖାଇ ଉଭାନ ହୋଇଯାଉଛି। ଗୋଟିଏ କି ଦୁଇଟି ନୁହେଁ, ଶହ ଶହ ମେଣ୍ଡା ଏପରି ଆକ୍ରମଣର ଶିକାର ହେଲେଣି। ସବୁ ଆଡେ ଏହି ଅଜବ ଜୀବକୁ ନେଇ ଚର୍ଚ୍ଚା ହେଉଛି ସତ ହେଲେ ଏପର୍ଯ୍ୟନ୍ତ କେହି ଜୀବଟିକୁ ଦେଖି ନାହାନ୍ତି।

ତେବେ ୨ ମାସ ହେବ ମେଣ୍ଢା ମାରୁଥିବା ଏହି ଜୀବଟି ଏବେ ମଣିଷକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ନଖ ଚିହ୍ନ ପଡିଥିବା ସ୍ଥାନୀୟ ଲୋକେ କହୁଛନ୍ତି।

ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଠେଙ୍ଗାବାଡି ଧରି ରାତି ପହରା ଦେଉଛନ୍ତି।  ବନ ବିଭାଗକୁ ଅଭିଯୋଗ ପରେ, ଯନ୍ତା ଲଗାଇ ଅଜବ ଜନ୍ତୁକୁ ଧରିବାକୁ ଚେଷ୍ଟା କରାଯାଉଛି।  ହେଲେ ବିଶେଷଜ୍ଞଙ୍କ କହିବା କଥା ହେଲା ବିଲୁଆ କିମ୍ବା ହେଟାବାଘ ଭଳି ଏକ ଅଜବ ଜନ୍ତୁ ମେଣ୍ଡାଙ୍କ ଶିକାର କରୁଥାଇ ପାରେ।

Related story