ନୀଳକନ୍ଦରରେ ଶ୍ରୀଜୀଉ, ଆସନ୍ତାକାଲି ନୀଳାଚଳ ଅବଢ଼ା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ଏଥିସହ ନବଦିନାଙ୍କ ରଥଯାତ୍ରା ଶେଷ ହୋଇଛି। ଖାଁ ଖାଁ ଶ୍ରୀମନ୍ଦିରରେ ପୁଣି ଗହଳିଚହଳି ଜମିଛି। ଆସନ୍ତାକାଲି ଶ୍ରୀମନ୍ଦିର ପୁଣି ବାସିବ। ଅବଢ଼ା, ଡାଲି ପ୍ରଭୃତି ୫୬ ବ୍ୟଞ୍ଜନ ମହାପ୍ରଭୁଙ୍କ ନିକଟରେ ସମର୍ପଣ ପରେ ଆନନ୍ଦ ବଜାରକୁ ଆସିବ। ନୀଳାଚଳ ଅବଢ଼ା ପାଇ ଶ୍ରଦ୍ଧାଳୁ ପୁଣି କୁତାର୍ଥ ମଣିବେ। ଆଜି ସଂନ୍ଧ୍ୟା ଧୂପ ପରେ ବାଜି ଥିଲା ବିଜେ […]

Jagannath

  • Published: Tuesday, 12 July 2022
  • , Updated: 12 July 2022, 11:00 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ଏଥିସହ ନବଦିନାଙ୍କ ରଥଯାତ୍ରା ଶେଷ ହୋଇଛି। ଖାଁ ଖାଁ ଶ୍ରୀମନ୍ଦିରରେ ପୁଣି ଗହଳିଚହଳି ଜମିଛି। ଆସନ୍ତାକାଲି ଶ୍ରୀମନ୍ଦିର ପୁଣି ବାସିବ। ଅବଢ଼ା, ଡାଲି ପ୍ରଭୃତି ୫୬ ବ୍ୟଞ୍ଜନ ମହାପ୍ରଭୁଙ୍କ ନିକଟରେ ସମର୍ପଣ ପରେ ଆନନ୍ଦ ବଜାରକୁ ଆସିବ। ନୀଳାଚଳ ଅବଢ଼ା ପାଇ ଶ୍ରଦ୍ଧାଳୁ ପୁଣି କୁତାର୍ଥ ମଣିବେ।

ଆଜି ସଂନ୍ଧ୍ୟା ଧୂପ ପରେ ବାଜି ଥିଲା ବିଜେ କାହାଳି। ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ରାଘବ ଦାସ ମଠ ପକ୍ଷରୁ ଆସିଥିବା ଟାହିଆ ଶ୍ରୀଜୀଉମାନଙ୍କ ମସ୍ତକରେ ଲାଗି ହୋଇଥିଲା।

ତେଣେ ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଯାଇଥିଲା। ଶ୍ରୀସୁଦର୍ଶନ ବିଜେ କରିବା ପରେ ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ମହାପ୍ରଭୁମାନେ ରତ୍ନ ସିଂହାସନକୁ ଆସିବା ବେଳେ ଶୁଆଶାରୀ ଦେଉଳ ଠାରେ ପତିମହାପାତ୍ର ଘସା ବିଡ଼ିଆ ମଣୋହି ଓ ବନ୍ଦାପନା କରିଥିଲେ। ଜଗମୋହନ ଠାରେ ମଧ୍ୟ ସମାନ ନୀତି ଅନୁଷ୍ଠିତ ହୋଇଥିଲା।

ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇ ଥିଲେ। ତେଣେ ଲକ୍ଷ୍ମୀ ଠାକୁରାଣୀ ମହାଜନଙ୍କ ହାତରେ ବିଜେ ହୋଇ ଭେଟ ମଣ୍ଡପ ଠାରେ ଖଟଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥିଲେ। ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ହୋଇଥିଲା। ଏହା ପରେ ମା’ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ। ଏହାପରେ ଦେବୀ ଭଣ୍ଡାର ଘରକୁ ବିଜେ କରିଥିଲେ।

ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପରେ ମାନଭଞ୍ଜନ ନୀତି ଅନୁଷ୍ଠିତ ହୋଇଥିଲା।

ପୂର୍ବରୁ ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ସିଂହଦ୍ୱାର ଦରଜା ବନ୍ଦ କରାଯାଏ ଓ ସିଂହଦ୍ୱାର ବନ୍ଦ କାର୍ଯ୍ୟ ପୂର୍ବେ ଦେବଦାସୀ କରୁଥିଲେ। ଦେବଦାସୀ ସେବା ଏବେ ଆଉ ପ୍ରଚଳନ ହେଉନାହିଁ। ତେଣୁ ପ୍ରତିହାରୀ ଓ ଗୋଛିକାର ଏହି କାର୍ଯ୍ୟ ତୁଲାଇଥିଲେ। ଜୟବିଜୟ ଦ୍ୱାର ଠାରେ କେବଳ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଜଣେ ବାଡ଼ଗ୍ରାହୀ ଦଇତା ସେବକ ସଂସ୍କୃତ ଭାଷାରେ ବଚନିକା କରିଥିଲେ।

ଏହାପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାରକୁ ମୁହଁକରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ବିଜେ କରିଥିଲେ। ଏହି ସମୟରେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇ ଥିଲେ। ବନ୍ଦାପନା ଓ ରସଗଲା ଭୋଗ ହୋଇଥିଲା। ଘସା ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରିଥିଲେ।

ସୂଚନା ଥାଉକି, ୧୯୯୩ ମସିହାରେ ଭିତରଗାଆଣୀ ଦେବଦାସୀ କୋକିଳ ପ୍ରଭାଙ୍କ ଦେହାନ୍ତ ପରେ ନୀଳାଦ୍ରି ବିଜେ ଦିନ ଦେବଦାସୀ ସେବା ହେଉନାହିଁ। ଶ୍ରୀଜଗନ୍ନାଥ ଭିତରକୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହେଉଥିଲା। ଏହି ସମୟରେ ଦଇତା ଓ ଭିତରପଟେ ଦେବଦାସୀଙ୍କ ମଧ୍ୟ ବଚନିକା ହୋଇଥାଏ।

Related story