ନୀଳଗିରି ଜଙ୍ଗଲରେ ୭୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ

<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପାଳପୁର ଜଙ୍ଗଲକୁ ୭୦ରୁ ଅଧିକ ଝାଡଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର ଅସନୀବଣରୁ ହାତୀପଲ ବାହାରି ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଦେଇ ନୀଳଗିରି ଜଙ୍ଗଲରେ ପଶିଛନ୍ତି। ଆହୁରୀ ୨୦ରୁ ଅଧିକ ହାତୀ ପଲ ପଛରେ ଆସୁଥିବା ସୂଚନା ମିଳିଛି।&nbsp; ହାତୀ ପଲ ମଧ୍ୟରେ ୧୦ରୁ ଅଧିକ ଛୁଆ ହାତୀ ଓ ୨୦ରୁ ଅଧିକ ଦନ୍ତା ରହିଛନ୍ତି।</p> <p>ହାତୀ ପଲ ସେମାନଙ୍କ ଯିବା ରାସ୍ତାରେ କିଛି କିଛି ଧାନ ନଷ୍ଟ କରୁଥିବା ଦେଖିବାକୁ ମିଳିଛି।&nbsp; ସ୍ଥାନୀୟ ଲୋକେ ହାତୀ ପଲ ଦେଖିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।&nbsp; ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 10:11 AM IST

Sports

Latest News

<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପାଳପୁର ଜଙ୍ଗଲକୁ ୭୦ରୁ ଅଧିକ ଝାଡଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର ଅସନୀବଣରୁ ହାତୀପଲ ବାହାରି ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଦେଇ ନୀଳଗିରି ଜଙ୍ଗଲରେ ପଶିଛନ୍ତି। ଆହୁରୀ ୨୦ରୁ ଅଧିକ ହାତୀ ପଲ ପଛରେ ଆସୁଥିବା ସୂଚନା ମିଳିଛି।&nbsp; ହାତୀ ପଲ ମଧ୍ୟରେ ୧୦ରୁ ଅଧିକ ଛୁଆ ହାତୀ ଓ ୨୦ରୁ ଅଧିକ ଦନ୍ତା ରହିଛନ୍ତି।</p><p>ହାତୀ ପଲ ସେମାନଙ୍କ ଯିବା ରାସ୍ତାରେ କିଛି କିଛି ଧାନ ନଷ୍ଟ କରୁଥିବା ଦେଖିବାକୁ ମିଳିଛି।&nbsp; ସ୍ଥାନୀୟ ଲୋକେ ହାତୀ ପଲ ଦେଖିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।&nbsp; ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos