ଓଡ଼ିଶାରୁ ୯ଜଣ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ଏଥି ସହିତ ୫୮ […]

nine-from-odisha-to-receive-presidents-medal-for-outstanding-performance

nine-from-odisha-to-receive-presidents-medal-for-outstanding-performance

Manoranjan Sial
  • Published: Thursday, 24 January 2019
  • Updated: 24 January 2019, 06:03 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ।

ଏଥି ସହିତ ୫୮ ଜଣଙ୍କୁ ହୋମ ଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯିବ।

ଚଳିତ ବର୍ଷ ଓଡ଼ିଶାରୁ କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ରାଷ୍ଟ୍ରପତି ପଦକ ପାଇବାକୁ ଓଡ଼ିଶାର ଅମୂଲ୍ୟ କୁମାର ସମର୍ଥା (ସିଡି, ଭଲ୍ୟୁଣ୍ଟିୟର) ମନୋନୀତ ହୋଇଛନ୍ତି। ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବାକୁ ବିମଲ ପ୍ରସାଦ ପାଣି (ସିଡି, ଭଲ୍ୟୁଂଟିର), ପ୍ରକାଶ କୁମାର ଜେନା (ସିଡି, ଭଲ୍ୟୁଣ୍ଟିୟର) ଏବଂ ଅଭିନ୍ନ ମୋହନ ସାମନ୍ତରାୟ (ହୋମଗାର୍ଡ) ମନୋନୀତ ହୋଇଛନ୍ତି । (ସୂତ୍ର : ପିଆଇବି)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos