ନିର୍ବାଚନୀ ଇସ୍ତାହରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ଅର୍ଥ ବିଭାଗର ସମୀକ୍ଷା କରିବା ପରେ ବିଭାଗକୁ ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ୨୦୧୩-୧୪ ଆର୍ଥିକବର୍ଷରେ ପ୍ରାୟ ୧୩ଶହ କୋଟି ଟଙ୍କା ବକେୟା ରାଜସ୍ୱ ଆପୋଷ ସମାଧାନ ଦ୍ୱାରା ଆଦାୟ କରିଛି । ରାଜ୍ୟ ଯୋଜନା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ୨୦୧୩-୧୪ ଆର୍ଥିକବର୍ଷରେ ଯୋଜନା ଖର୍ଚ୍ଚ ୨୦ହଜାର […]

cm meeting

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 02:06 AM IST

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ଅର୍ଥ ବିଭାଗର ସମୀକ୍ଷା କରିବା ପରେ ବିଭାଗକୁ ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ୨୦୧୩-୧୪ ଆର୍ଥିକବର୍ଷରେ ପ୍ରାୟ ୧୩ଶହ କୋଟି ଟଙ୍କା ବକେୟା ରାଜସ୍ୱ ଆପୋଷ ସମାଧାନ ଦ୍ୱାରା ଆଦାୟ କରିଛି । ରାଜ୍ୟ ଯୋଜନା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ୨୦୧୩-୧୪ ଆର୍ଥିକବର୍ଷରେ ଯୋଜନା ଖର୍ଚ୍ଚ ୨୦ହଜାର ୫୫୪ କୋଟି ରହିଥିବାବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ୨୯ହଜାର ୯୮୪ କୋଟିକୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ବିକାଶମୁଖୀ କାର୍ଯ୍ୟକ୍ରମ ଚାଲୁ ରଖିବା ସହ ରାଜସ୍ୱ ଆଦାୟ କରିବାକୁ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସମେତ ବିଭାଗୀୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story