ନିୟମଗିରି ସନ୍ଦିଗ୍ଧ ମାଓ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିରେ ହୋଇଥିବା ଏନ୍‌କାଉଣ୍ଟର ଘଟଣାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିଛି। ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ବିଜି ପାଟିଲ୍‌ଙ୍କ ନେତୃତ୍ୱାଧୀନ ଏହି ଟିମ୍ ଗତକାଲି ଡଙ୍ଗାମାଟି ଗାଁକୁ ଯାଇ ମନ୍ଦ କାଡ୍ରାକା ମୃତ୍ୟୁ ଘଟଣାକୁ ନେଇ ପଚରାଉଚରା କରିଥିଲା। ଏହାପରେ ମନ୍ଦ କାଡ୍ରାକାକୁ ହତ୍ୟା କରାଯାଇଛି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ଟିମ୍ କହିଛି। ସେହିପରି ପୋଲିସର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରାଯାଇଛି। ଗତ ଫେବୃଆରୀ  ୨୭ […]

tim

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 04:45 PM IST

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିରେ ହୋଇଥିବା ଏନ୍‌କାଉଣ୍ଟର ଘଟଣାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିଛି। ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ବିଜି ପାଟିଲ୍‌ଙ୍କ ନେତୃତ୍ୱାଧୀନ ଏହି ଟିମ୍ ଗତକାଲି ଡଙ୍ଗାମାଟି ଗାଁକୁ ଯାଇ ମନ୍ଦ କାଡ୍ରାକା ମୃତ୍ୟୁ ଘଟଣାକୁ ନେଇ ପଚରାଉଚରା କରିଥିଲା। ଏହାପରେ ମନ୍ଦ କାଡ୍ରାକାକୁ ହତ୍ୟା କରାଯାଇଛି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ଟିମ୍ କହିଛି। ସେହିପରି ପୋଲିସର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରାଯାଇଛି।

ଗତ ଫେବୃଆରୀ  ୨୭ ତାରିଖରେ  ନିୟମଗିରି ଡଙ୍ଗାମାଟି ଗାଁ ନିକଟସ୍ଥ ଜଙ୍ଗଲରେ ପୋଲିସ୍-ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲେ। ପୋଲିସ୍ ଗୁଳିରେ  ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା  ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଫଟୋ ଦେଖିବା ପରେ  ପରିବାର ଲୋକେ ମନ୍ଦ କାଡ୍ରାକାଙ୍କ ମୃତ୍ୟୁ ହୋଇଥିବା  ଜାଣିବାକୁ  ପାଇଥିଲେ। ତେବେ ମନ୍ଦ ମାଓବାଦୀ ନୁହନ୍ତି, ଡଙ୍ଗରିଆ କନ୍ଧ ବୋଲି ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ତେବେ ଏପର୍ଯ୍ୟନ୍ତ  ଏନେଇ ମକଦ୍ଦମା ରୁଜୁ ହୋଇନଥିବା ଅଭିଯୋଗ ହୋଇଛି।

Related story