ସରକାରୀ ଅବହେଳା! ଏହି ଗାଁକୁ କେହି ଦେଉନାହାନ୍ତି ଝିଅ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗାଁ ଚାରିପଟେ ଖାଲି ପାଣି ହିଁ ପାଣି। ଗାଁରୁ ବାହାରକୁ ଯିବା ପାଇଁ ଏକମାତ୍ର ଭରସା ହେଉଛି କାଠପୋଲ। ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ଗାଁ ଲୋକେ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ବର୍ଷା ଦିନରେ ଗାଁ ଲୋକଙ୍କ ସମସ୍ୟା ନକହିଲେ ସରେ। ବର୍ଷା ଦିନରେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇଯାଏ। ଶିକ୍ଷା, ସ୍ୱାସ୍ଥ୍ୟ ଏବେବି ଗାଁରେ ଅପହଞ୍ଚ ହୋଇ ରହିଛି। ଏହି ସମସ୍ୟା ପାଇଁ ଏହି ଗାଁକୁ […]

keonjhar

keonjhar

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 09:27 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗାଁ ଚାରିପଟେ ଖାଲି ପାଣି ହିଁ ପାଣି। ଗାଁରୁ ବାହାରକୁ ଯିବା ପାଇଁ ଏକମାତ୍ର ଭରସା ହେଉଛି କାଠପୋଲ। ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ଗାଁ ଲୋକେ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ବର୍ଷା ଦିନରେ ଗାଁ ଲୋକଙ୍କ ସମସ୍ୟା ନକହିଲେ ସରେ। ବର୍ଷା ଦିନରେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇଯାଏ। ଶିକ୍ଷା, ସ୍ୱାସ୍ଥ୍ୟ ଏବେବି ଗାଁରେ ଅପହଞ୍ଚ ହୋଇ ରହିଛି। ଏହି ସମସ୍ୟା ପାଇଁ ଏହି ଗାଁକୁ ନା କିଏ ଝିଅ ଦିଏ ନା ଗାଁରୁ କିଏ ଝିଅ ନିଏ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ରଘୁନାଥପୁର ପଞ୍ଚାୟତର ଖମଣଗୋଡ଼ା ସାହିର କଥା।

ଗାଁ ଚାରିପାଖେ ଥିବା ବନ ପାହାଡ଼, ଘେରା ସବୁଜ ବନାନୀ ଓ ନଦୀର ନୀଳ ଜଳରାଶି ଭଳି ପ୍ରାକୃତିକ ଶୋଭାରାଜି ଆଖିକୁ ଝଲସାଇ ଦିଏ। ହେଲେ ଦୂର ପର୍ବତ ଭଳି ଗାଁ ସିନା ଆଉ କାହା ପାଇଁ ସୁନ୍ଦର, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏକ ବିରାଟ ଦୁଃସ୍ୱପ୍ନ। କାରଣ ଏ ଗାଁକୁ ଚାରିପଟୁ ଘେରିଛି ପାଣି। ୩ ପଟେ କାନଝାରୀ ଡ୍ୟାମ୍, ଆଉ ଗୋଟେ ପଟେ ନଦୀ ଗାଁରୁ ପଦାକୁ ଗୋଡ଼ କାଢ଼ିବାକୁ ହେଲେ ଏକମାତ୍ର ଭରସା ହେଉଛି ହୁଲି ଡଙ୍ଗା।ବର୍ଷ ବର୍ଷ ଧରି ଗାଁରେ ପ୍ରାୟ ୨୦ ପରିବାର ପାଇଁ ଲାଇଫ୍ ଲାଇନ୍ ପାଲଟି ଆସିଛି ଏ ହୁଲି ଡଙ୍ଗା। ଜିଲ୍ଲା ସଦରମହକୁମା ଖମଣଗୋଡ଼ାର ଦୂରତା ମାତ୍ର ୧୩ କିଲୋମିଟର ଏତେ ପାଖରେ ହୋଇ ବି ଆଜି ଯାଏଁ ଏ ଗାଁ ଲୋକଙ୍କ ପାଇଁ ପୋଲଟିଏ କି ଭଲ ରାସ୍ତାଟିଏ ବି ନାହିଁ।

ଏହାସହ ଗାଁ ଲୋକେ ଜଙ୍ଗଲରୁ ବାଉଁଶ ଓ କାଠକୁ ଯୋଡି ତିଆରି କରିଛନ୍ତି କାଠପୋଲ। ଗୋଟିଏ ନୁହେଁ, ଗାଁରେ ତିଆରି ହୋଇଛି ଏପରି ୨ଟି ପୋଲ। ଏହି ୨ଟି ପୋଲରେ ପ୍ରତିଦିନ ଅସୁରକ୍ଷିତ ଭାବେ ଛୁଆଠାରୁ ବୁଢାଯାଏ ସମସ୍ତେ ଯିବା ଆସିବା କରିଥାନ୍ତି । ବର୍ଷା ଦିନେ ପୋଲ ଉପରେ ପାଣି ଚାଲୁଥିବାରୁ ଗାଁଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ସମସ୍ୟା ପାଇଁ ଗାଁକୁ ନା କିଏ ଝିଅ ଦିଏ ନା ଗାଁରୁ କିଏ ଝିଅ ନିଏ।

କାନଝରୀ ଡ୍ୟାମ୍ ସମ୍ପୂର୍ଣ୍ଣ ହେବାପରେ ଆରମ୍ଭ ହୋଇଯାଇଥିଲା ଖମଣଗୋଡାବାସୀଙ୍କ ଦୁଃଖ। ୨ଟି କାଠପୋଲ ପାର୍ ହୋଇ ପିଲାମାନେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଯାଇଥାନ୍ତି। ସେପଟେ ହୁଲିଡଙ୍ଗା ସାହାଯ୍ୟରେ ଡ୍ୟାମ୍ ପାର ହେଲେ ପଡେ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ। ସ୍ଥାୟୀ ପୋଲଟିଏ ନିର୍ମାଣ ପାଇଁ ଖମଣଗୋଡ଼ା ସାହି ବାସିନ୍ଦାଙ୍କ ଅଭିଯୋଗ କରିଥିଲେ ହେଁ ନେତା, ମନ୍ତ୍ରୀ, ଅଫିସରଙ୍କୁ ଗୁହାରି କଲୁଣି, ହେଲେ କେହି ଶୁଣୁ ନାହାନ୍ତି। ତେବେ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏକ ବୈଷୟିକ ଟିମ୍ ଦ୍ୱାରା ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos