ତିନି ଦିନ ବିତିଲା, ସୁରାକ୍‌ ପାଉନି ପୁଲିସ୍‌

ଉମରକୋଟ(କାର୍ତ୍ତିକ ମଲ୍ଲିକ): ତିନି ଦିନ ବିତିଲା। ହେଲେ ସୁରାକ୍‌ ପାଉନି ପୁଲିସ୍‌। ଏବେ ବି ସସ୍‌ପେନ୍ସ ଭିତରେ ରହିଛି ଉମରକୋଟ ଗଣଆତ୍ମହତ୍ୟା ଘଟଣା। କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲି ପଡ଼ିଲେ ତିନି ଜଣ? ଯଦି ଆତ୍ମହତ୍ୟା, ତାହାଲେ କଣ ହୋଇଥିବ କାରଣ? ଆଉ ଏହା ଯଦି ହତ୍ୟାକାଣ୍ଡ, କାହିଁକି ଅପରାଧୀର ମିଳୁନି ପତ୍ତା? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ପୁଲିସ୍‌। ଉମରକୋଟ ଥାନା ତୋହରା ଗାଁର ହେମଲତା ଗୌଡ଼ ୪ […]

Umerkote

Umerkote

Manoranjan Sial
  • Published: Tuesday, 12 April 2022
  • Updated: 12 April 2022, 09:30 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ତିନି ଦିନ ବିତିଲା। ହେଲେ ସୁରାକ୍‌ ପାଉନି ପୁଲିସ୍‌। ଏବେ ବି ସସ୍‌ପେନ୍ସ ଭିତରେ ରହିଛି ଉମରକୋଟ ଗଣଆତ୍ମହତ୍ୟା ଘଟଣା। କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲି ପଡ଼ିଲେ ତିନି ଜଣ? ଯଦି ଆତ୍ମହତ୍ୟା, ତାହାଲେ କଣ ହୋଇଥିବ କାରଣ? ଆଉ ଏହା ଯଦି ହତ୍ୟାକାଣ୍ଡ, କାହିଁକି ଅପରାଧୀର ମିଳୁନି ପତ୍ତା? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ପୁଲିସ୍‌।

ଉମରକୋଟ ଥାନା ତୋହରା ଗାଁର ହେମଲତା ଗୌଡ଼ ୪ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ବୈବାହିକ ଜୀବନ ବେଶୀ ଦିନ ତିଷ୍ଠି ପାରିନଥିଲା। ସ୍ୱାମୀଙ୍କୁ ଛାଡ଼ି ବାପ ଘରକୁ ଚାଲି ଆସିଥିଲେ। ସେ ବାପ ଘରେ ରହୁଥିଲେ। ସେହି ସମୟରେ ତାଙ୍କର କୌଶଲ୍ୟା ମାଝି ଓ ଫୁଲମତି ମାଝିଙ୍କ ସହିତ ବନ୍ଧୁତା ସୃଷ୍ଟି ହୋଇଥିଲା। ତିନି ଜଣଙ୍କ ଭିତରେ ବନ୍ଧୁତା ଏତେ ନିବିଡ ଥିଲା ଯେ କେହି କାହାକୁ ଘଡ଼ିଏ ନଦେଖିଲେ ରହିପାରୁନଥିଲେ ବୋଲି ଆଲୋଚନା ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରବିବାର ଦିନ ହେମଲତା, କୌଶଲ୍ୟା ଓ ଫୁଲମତି ସ୍କୁଟି ଚଢ଼ି ବୁଲୁଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ସେମାନେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ସନ୍ଧ୍ୟା ବେଳେ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପରିବାର ଲୋକ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ।

ତେବେ ଜଙ୍ଗଲ ପାର୍ଶ୍ୱରେ ଏକ ଗଛରେ ତିନି ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ଉମରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ରାତି ହୋଇଥିବାରୁ ମୃତଦେହ ଗଛରେ ଓହ୍ଲାଇ ନଥିଲା। ରାତି ସାରା ପୁଲିସ ଗଛ ମୂଳରେ ଜଗି ରହିଥିଲା। ରାତି ପାହିଲା ପରେ ପୁଲିସ ଗଛରୁ ମୃତଦେହ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ୍‌ ତଦନ୍ତ କରୁଛି। ଉମରକୋଟ ଏସ୍‌ଡିପିଓଙ୍କ ସମେତ ନବରଙ୍ଗପୁର, ଉମରକୋଟ ଓ ଡାବୁଗାଁ ଥାନା ଅଧିକାରୀ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଘଟଣା ଉପରୁ ପର୍ଦ୍ଦା ହଟାଇପାରି ନାହିଁ ପୁଲିସ୍‌। ଅନ୍ୟପକ୍ଷରେ ପରିବାର ଲୋକ ହୁଅନ୍ତୁ ବା ସାହି ପଡ଼ିଶା ଏହି ମାମଲାରେ ବେଶୀ କିଛି କହୁନାହାନ୍ତି।

ସେପଟରେ ମୃତା ଫୁଲମତୀ ମାଝିଙ୍କଠାରୁ ମିଳିଥିଲା ଗୋଟିଏ ମୋବାଇଲ ଫୋନ୍‌। ସେହି ମୋବାଇଲ୍‌କୁ ଆସିଥିଲା ଗୋଟିଏ କଲ୍‌। ସେହି କଲ୍‌ କରିଥିବା ଯୁବକକୁ ପୁଲିସ ଅଟକ ରଖିଥିଲା। ହେଲେ ସେ ନେଇ ପୁଲିସ୍‌ ଆଦୌ ମୁହଁ ଖୋଲୁନାହିଁ। ତେଣେ ମାମଲାରେ ପୁଲିସ୍‌ର ଏଭଳି ନିରବତାକୁ ନେଇ ବଢୁଛି ସନ୍ଦେହ ସାଙ୍ଗକୁ ଶଙ୍କା।

ଅନ୍ୟପକ୍ଷରେ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝି ତୋହରା ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ତେଣେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତିନି ଯୁବତୀଙ୍କ ଘର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story