ଲଟ୍‌କା ଲଗାଯିବା ସତ୍ତ୍ୱେ ଥାନାରେ ହାଜର ହେଲେନି ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକେ

ପାଟଣାଗଡ଼/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂ ମୃତ୍ୟୁ ମାମଲାରେ ପୁଲିସ୍ ଖୋଳତାଡ଼କୁ ଜୋରଦାର କରିଥିବା ବେଳେ ଲଟ୍‌କା ଜାରି ସତ୍ତ୍ୱେ ତାଙ୍କ ଶାଶୂ ଘର ଲୋକେ ଥାନାରେ ହାଜର ହୋଇନାହାନ୍ତି। ବୁର୍ଲା ଥାନା ପୁଲିସ୍ ସେମାନଙ୍କୁ ପ୍ରଥମେ ଥାନାରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା। ତେବେ ସେମାନେ ନ ଆସିବାରୁ ସେମାନଙ୍କର ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ଘରେ ଲଟ୍‌କା ଲଗାଇଥିଲା। ଜାନୁଆରୀ ୧୬ ତାରିଖ (ଗତକାଲି) ସକାଳ ୧୦ଟା […]

simron

Jitendra Garnayak
  • Published: Thursday, 17 January 2019
  • , Updated: 17 January 2019, 12:34 PM IST

ପାଟଣାଗଡ଼/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂ ମୃତ୍ୟୁ ମାମଲାରେ ପୁଲିସ୍ ଖୋଳତାଡ଼କୁ ଜୋରଦାର କରିଥିବା ବେଳେ ଲଟ୍‌କା ଜାରି ସତ୍ତ୍ୱେ ତାଙ୍କ ଶାଶୂ ଘର ଲୋକେ ଥାନାରେ ହାଜର ହୋଇନାହାନ୍ତି।

ବୁର୍ଲା ଥାନା ପୁଲିସ୍ ସେମାନଙ୍କୁ ପ୍ରଥମେ ଥାନାରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା। ତେବେ ସେମାନେ ନ ଆସିବାରୁ ସେମାନଙ୍କର ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ଘରେ ଲଟ୍‌କା ଲଗାଇଥିଲା। ଜାନୁଆରୀ ୧୬ ତାରିଖ (ଗତକାଲି) ସକାଳ ୧୦ଟା ସୁଦ୍ଧା ଥାନାରେ ହାଜର ହେବାକୁ ଲଟ୍‌କାରେ ଉଲ୍ଲେଖ କରାଯାଇଥିଲା। ଏହି ମାମଲାରେ ସେମାନଙ୍କ ବୟାନ ରେକର୍ଡ କରିବା ଜରୁରୀ ବୋଲି ପୁଲିସ୍ ଲଟ୍‌କାରେ ଉଲ୍ଲେଖ କରିଥିଲା। ଏହି ଅବଧି ଶେଷ ହୋଇଯିବା ସତ୍ତ୍ୱେ ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକେ ଥାନାରେ ହାଜର ହୋଇ ନାହାନ୍ତି। ସିମ୍‌ରନ୍‌ଙ୍କ ସ୍ୱାମୀ ତଥା ଅଭିଯୁକ୍ତ ଧ୍ରୁବରାଜ ସୁନାଙ୍କ ଜଣେ ସଂପର୍କୀୟଙ୍କୁ ମଧ୍ୟ ପୁଲିସ୍ ନୋଟିସ୍ ଜାରି କରିଛି।

ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି। ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି। ତା’ପୂର୍ବରୁ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ଜାନୁଆରୀ ୩ ତାରିଖରେ ସମ୍ବଲପୁର ଜିଲ୍ଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା।

ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧ୍ରୁବରାଜ ସୁନାଙ୍କୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ସିମ୍‌ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା ଆଧାରରେ ଝାରସୁଗୁଡ଼ା ପୁଲିସ୍‌ ଧ୍ରୁବରାଜଙ୍କୁ ଗିରଫ କରିଥିଲା। ସିମ୍‌ରନ୍‌ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧ୍ରୁବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଥିଲା।

ଗତ ୧୩.୪.୧୮ରେ ସିମ୍‌ରନ୍‌ଙ୍କୁ ଅପହରଣ କରାଯାଇଥିବା ତାଙ୍କ ମା’ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଥାନାରେ ୨୫୬ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ଗତ ୨୮ ଡିସେମ୍ବର ଦିନ ସିମ୍‌ରନ୍‌ ଘରକୁ ଫେରିବା ସହ ଝାରସୁଗୁଡ଼ା ଥାନାରେ ଧ୍ରୁବରାଜଙ୍କ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଏତଲାକୁ ଭିତ୍ତି କରି ଧ୍ରୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Related story