ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଅଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ପଡ଼ିବ ନାହିଁ ଅଳିଆ। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ଆସନ୍ତା ୬ରୁ ୮ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକାରୀ ହେବା ପରେ ଆଉ ଡମ୍ପିଂୟାର୍ଡରେ ଅଳିଆ ପଡ଼ିବ ନାହିଁ। ଫଳରେ ଡମ୍ପିଂୟାର୍ଡକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ହୋଇପାରିବ। ସେ ଆହୁରି କହିଛନ୍ତି ଯେ, ଦାରୁଠେଙ୍ଗ ସମେତ […]

bbsr0

Tapaswini Nayak
  • Published: Saturday, 04 January 2020
  • , Updated: 04 January 2020, 02:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ପଡ଼ିବ ନାହିଁ ଅଳିଆ। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସେ କହିଛନ୍ତି ଯେ, ଆସନ୍ତା ୬ରୁ ୮ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକାରୀ ହେବା ପରେ ଆଉ ଡମ୍ପିଂୟାର୍ଡରେ ଅଳିଆ ପଡ଼ିବ ନାହିଁ। ଫଳରେ ଡମ୍ପିଂୟାର୍ଡକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ହୋଇପାରିବ।

ସେ ଆହୁରି କହିଛନ୍ତି ଯେ, ଦାରୁଠେଙ୍ଗ ସମେତ ସୈନିକ ସ୍କୁଲରେ ଥିବା ଡମ୍ପିଂୟାର୍ଡରେ ଅଳିଆ ବାୟୋମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ।

Related story