ପ୍ଲାନ୍‌ ପ୍ରସ୍ତୁତି ହୋଇନି! ଲିଙ୍ଗରାଜ ଚତୁଃପାର୍ଶ୍ୱରୁ ଭାଙ୍ଗିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ଉଚ୍ଛେଦ। ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଇସାରା ପାଇ ମନ୍ଦିର ପାଚେରି କଡ଼ରୁ ବେଆଇନ ଦୋକାନ ଘର ଭାଙ୍ଗୁଛି। ସେଥିପାଇଁ ଆଜି ସକାଳେ ୨ ପ୍ଲାଟୁନ୍ ଫୋର୍ସ ଓ ୨ଟି ବୋଲ୍‌ଡୋଜର ଧରି ପହଞ୍ଚିଥିଲା ଟିମ୍। ନକ୍ସା ଅନୁଧ୍ୟାନ ଓ ପୂର୍ଣ୍ଣ ପ୍ରସ୍ତୁତି ପରେ ଠିକ ୧୧ଟାରେ ଆରମ୍ଭ ହୋଇଥିଲା ଉଚ୍ଛେଦ। ଯଦିଓ ଘର ଭଙ୍ଗା ନେଇ ପୂର୍ବରୁ ଚିହ୍ନ ଦିଆଯାଇଥିଲା, ତେଣୁ […]

lingaraj.jpg1

Manoranjan Sial
  • Published: Monday, 09 December 2019
  • , Updated: 09 December 2019, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ଉଚ୍ଛେଦ। ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଇସାରା ପାଇ ମନ୍ଦିର ପାଚେରି କଡ଼ରୁ ବେଆଇନ ଦୋକାନ ଘର ଭାଙ୍ଗୁଛି। ସେଥିପାଇଁ ଆଜି ସକାଳେ ୨ ପ୍ଲାଟୁନ୍ ଫୋର୍ସ ଓ ୨ଟି ବୋଲ୍‌ଡୋଜର ଧରି ପହଞ୍ଚିଥିଲା ଟିମ୍। ନକ୍ସା ଅନୁଧ୍ୟାନ ଓ ପୂର୍ଣ୍ଣ ପ୍ରସ୍ତୁତି ପରେ ଠିକ ୧୧ଟାରେ ଆରମ୍ଭ ହୋଇଥିଲା ଉଚ୍ଛେଦ। ଯଦିଓ ଘର ଭଙ୍ଗା ନେଇ ପୂର୍ବରୁ ଚିହ୍ନ ଦିଆଯାଇଥିଲା, ତେଣୁ ଅନେକ ଦୋକାନୀ ଦିନକ ପୂର୍ବରୁ ସାମାନପତ୍ର ଖାଲି କରି ଦେଇଥିଲେ। ଉଚ୍ଛେଦର ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାରରୁ ଭଜନ ମଣ୍ଡପ ଓ ପରେ ସିଂହଦ୍ୱାରରୁ ସବ୍‌ଷ୍ଟେସନ ପର୍ଯ୍ୟନ୍ତ ଥିବା ଉଠା ଦୋକାନ ଭଙ୍ଗା ଯାଇଛି। ହେଲେ ଜୀବୀକା ପାଇଁ ବର୍ଷ ବର୍ଷ ଧରି ବ୍ୟବସାୟୀଙ୍କୁ ବିନା ଥଇଥାନରେ ଉଚ୍ଛେଦକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ।

ସବୁଠୁ ବଡ଼ କଥା ହେଲା, ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହେଲାଣି। ହେଲେ ଏଯାଏଁ ସୌନ୍ଦର୍ଯ୍ୟକରଣ ପ୍ଲାନ କିମ୍ବା ସୁରକ୍ଷା ବ୍ୟବସ୍ଥାର ରୂପରେଖ ସାର୍ବଜନୀନ ହୋଇନାହିଁ। ଗତ ଡିସେମ୍ବର ୪ ତାରିଖ ଭୋରରୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ପୂର୍ତ୍ତ ସଚିବଙ୍କ ଅଚାନକ ମନ୍ଦିର ପରିଦର୍ଶନ କରିଥିଲେ। ତା’ ପରଦିନ ଅର୍ଥାତ ୫ ତାରିଖରେ ପୁଲିସ କମିଶନର ମନ୍ଦିର ଚତୁଃପାର୍ଶ୍ୱ ତଦାରଖ କରିଥିଲେ।

ସେପଟେ ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଆଜି ପାଳି ପଡିଥିଲା ମଙ୍ଗୁ ମଠର। ମଠ ଚାରିପାଖେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗିଛି ପ୍ରଶାସନ। ହେଲେ ତା’ ଭିତରେ ଥିବା ମନ୍ଦିର, ଗାଦି ଓ ବିଜେସ୍ଥଳୀ କିନ୍ତୁ ସୁରକ୍ଷିତ ରହିଛି। ମଠରେ ଲଜିଂ ଓ ହୋଟେଲ ସହ ୨୦ଟି ଦୋକାନ ଘର ଥିଲା। ଉଚ୍ଛେଦ ପୂର୍ବରୁ ମଠ ମହନ୍ତଙ୍କ ସହ ଆଲୋଚନା କରିଥିଲା ପ୍ରଶାସନ।

Related story