୬ଦିନ ପରେ ବି ରାଜଧାନୀର ଏକ ଲକ୍ଷ ଉପଭୋକ୍ତାଙ୍କୁ ମିଳିନି ବିଦ୍ୟୁତ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ତାଣ୍ଡବକୁ ୬ଦିନ ବିତିବାକୁ ବସିଲାଣି। କିନ୍ତୁ ଏବେ ବି ସ୍ମାର୍ଟସିଟି ଭୁବନେଶ୍ୱରର ଅଧିବାସୀଙ୍କ ପାଇଁ ବିଜୁଳି ଆଲୁଅ ସ୍ୱପ୍ନ ପାଲଟିଛି। ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି ନରହିବା ଓ ସରକାରୀ କଳର ମନ୍ଥର ଗତି ସାଧାରଣ ଲୋକଙ୍କୁ ଧୈର୍ଯ୍ୟହରା କଲାଣି। ରାଜଧାନୀ ଭୁବନେଶ୍ୱରରେ ମୋଟ ୨.୩୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ଆଜିସୁଦ୍ଧା ୧ଲକ୍ଷ ୨ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚି ପାରିନଥିବା ସରକାର ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷେ ରାଜଧାନୀରେ […]

elect1

elect1

Manoranjan Sial
  • Published: Thursday, 09 May 2019
  • Updated: 09 May 2019, 05:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ତାଣ୍ଡବକୁ ୬ଦିନ ବିତିବାକୁ ବସିଲାଣି। କିନ୍ତୁ ଏବେ ବି ସ୍ମାର୍ଟସିଟି ଭୁବନେଶ୍ୱରର ଅଧିବାସୀଙ୍କ ପାଇଁ ବିଜୁଳି ଆଲୁଅ ସ୍ୱପ୍ନ ପାଲଟିଛି। ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି ନରହିବା ଓ ସରକାରୀ କଳର ମନ୍ଥର ଗତି ସାଧାରଣ ଲୋକଙ୍କୁ ଧୈର୍ଯ୍ୟହରା କଲାଣି। ରାଜଧାନୀ ଭୁବନେଶ୍ୱରରେ ମୋଟ ୨.୩୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ଆଜିସୁଦ୍ଧା ୧ଲକ୍ଷ ୨ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚି ପାରିନଥିବା ସରକାର ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷେ ରାଜଧାନୀରେ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରାଯାଇଛି ଓ ବାତ୍ୟା ପୂର୍ବ ସମୟ ତୁଳନାରେ ସହରକୁ ଅଧିକ ପାଣି ଯୋଗାଣ କରାଯାଇ ଶତପ୍ରତିଶତ ପାନୀୟ ଜଳ ଆବଶ୍ୟକତା ପୂରଣ କରାଯାଉଛି ବୋଲି ଦାବି କରାଯାଇଛି।

ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସେବା ବ୍ୟବସ୍ଥାର ପୁନରୁଦ୍ଧାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ରାଜଧାନୀ ଭୁବନେଶ୍ୱର ସହରରେ ପ୍ରାୟ ୨.୩୩ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ଆଜିସୁଦ୍ଧା ୮୬ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିସାରିଥିବା ବେଳେ ରାତିସୁଦ୍ଧା ଆଉ ୪୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ତଥାପି ଆଉ ୧.୦୨ଲକ୍ଷ ବିଦ୍ୟୁତ ଉପଭୋକ୍ତା ବିଜୁଳି ଅପେକ୍ଷାରେ ରହିବେ ବୋଲି ଜଣାପଡ଼ିଛି।

ଶ୍ରୀ ସିଂ କହିଛନ୍ତି ଯେ, ବିସିସିଡି-୧ ରେ ୫୮ହଜାର ବିଦ୍ୟୁତ ଉପଭୋକ୍ତା ଥିବାବେଳେ ସେମାନଙ୍କ ମଧ୍ୟରୁ ୩୭ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇ ସାରିଛି ଓ ଆଜି ରାତିସୁଦ୍ଧା ଆଉ ୨୦ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ। ସେହିପରି ବିସିସିଡି-୨ରେ ୯୭ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୩୩ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଦିଆଯାଇଛି ଓ ଆଜିସୁଦ୍ଧା ଆଉ ୨୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ କରାଯିବ।

ସେହିପରି ‘ବିଇଡି’ରେ ମୋଟ ୧ଲକ୍ଷ ୧ହଜାର ଉପଭୋକ୍ତା ଥିବାବେଳେ ଏଥିରୁ ଭୁବନେଶ୍ୱର ସହରାଞ୍ଚଳରେ ୭୮ହଜାର ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ବିଇଡିରେ ୧୬ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ୮୦ପ୍ରତିଶତ ଓ ୧୨ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ଶତପ୍ରତିଶତ ବିଦ୍ୟୁତ ଉପଭୋକ୍ତାଙ୍କୁ ସଂଯୋଗ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କଟକ ସହରରେ ଶତପ୍ରତିଶତ ବିଦ୍ୟୁତ ସଂଯୋଗ ଉପଲବ୍ଧ ହୋଇସାରିଥିବାବେଳେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀର ବଡ଼ଦାଣ୍ଡରେ ୧୨ ତାରିଖ ସୁଦ୍ଧା ଓ ୧୫ ତାରିଖ ସୁଦ୍ଧା ପୁରୀ ସହରର ଅନ୍ୟାନ୍ୟ ଅଞ୍ଚଳ ଏବଂ କୋଣାର୍କରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ। ଲୋକଙ୍କୁ ଶତପ୍ରତିଶତ ବିଦ୍ୟୁତ ଯୋଗାଣ କରାଯିବ। ଏଥିପାଇଁ ଅଧିକ ପ୍ରଶିକ୍ଷିତ ମାନବସମ୍ବଳର ଆବଶ୍ୟକତା ଥିବାରୁ ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ବିହାର ସରକାରଙ୍କ ସହାୟତା ମଗାଯାଇଛି। ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରଶିକ୍ଷିତ ମାନବ ସମ୍ବଳ ଏବେ ଓଡ଼ିଶା ଆସୁଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱର ସହରରେ ପାନୀୟ ଜଳ ଯୋଗାଣକୁ ଶତପ୍ରତିଶତ ସୁନିଶ୍ଚିତ କରାଯାଇଛି। ବାତ୍ୟା ପୂର୍ବରୁ ସହରକୁ ୨୨୫ ଏମଏଲଡି ପାଣି ଯୋଗାଣ ହେଉଥିବାବେଳେ ଏବେ ୨୩୦ ଏମଏଲଡି ପାଣି ଦିଆଯାଉଛି। ସହରର ସମସ୍ତ ବସ୍ତିକୁ ପାନୀୟ ଜଳ ଯୋଗାଣ ହେଉଛି। ବାତ୍ୟାର ୪ ଦିନ ପରେ ସହରର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଇଛି। ବିଦ୍ୟୁତ ସରବରାହ ଠିକ ନଥିବାରୁ ୧୦୮ଟି ଜେନେରେଟର, ୧୪୫ଟି ପାଣି ଟ୍ୟାଙ୍କର ଓ ୬୦୦ରୁ ଅଧିକ ପିଭିସି ଟ୍ୟାଙ୍କ ମାଧ୍ୟମରେ ପାଣି ରାଜଧାନୀର ସବୁ ଅଞ୍ଚଳରେ ପହଞ୍ଚାଯାଉଛି।

ପୁରୀ, କୋଣାର୍କ ଓ ନିମାପଡ଼ା ସହରରେ ୧୦୦ ପ୍ରତିଶତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଛି। ତେବେ ଗତକାଲିସୁଦ୍ଧା କଟକ, ଖୋର୍ଦ୍ଧା ଓ ଜଟଣୀରେ ୫୦-୯୦% ଅଞ୍ଚଳରେ ପାନୀୟ ଜଳ ଉପଲବ୍ଧ ହୋଇଥିବାବେଳେ ଆଜିସୁଦ୍ଧା ଶତପ୍ରତିଶତ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story