ଦୂର ହେଲା କାକଟପୁର ମା' ମଙ୍ଗଳା ପୀଠରେ ଅଚଳାବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ଦୂର ହେଲା ଅଚଳାବସ୍ଥା। ୪୮ ଘଣ୍ଟା ପରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲା। ଦୁଇ କନଷ୍ଟେବଳଙ୍କ ବଦଳି ସହ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ତେବେ ସେମାନଙ୍କୁ କିଛି […]

normalcy-returns

Manoranjan Sial
  • Published: Tuesday, 18 September 2018
  • , Updated: 18 September 2018, 01:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ କାକଟପୁର ମା' ମଙ୍ଗଳା ପୀଠରେ ଦୂର ହେଲା ଅଚଳାବସ୍ଥା। ୪୮ ଘଣ୍ଟା ପରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲା। ଦୁଇ କନଷ୍ଟେବଳଙ୍କ ବଦଳି ସହ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ତେବେ ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଜଣଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କାକଟପୁର ଥାନାରେ ଅଭିଯୋଗ ପରେ ୩ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ଏହା ପରେ ସେବାୟତଙ୍କ ଗିରଫଦାରି ଓ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେବାୟତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Related story