ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ତାତିରୁ ମିଳିଛି ଆଶ୍ୱସ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ହୋଇଥିଲା।
ରାଜଧାନୀରେ ସନ୍ଧ୍ୟାରୁ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼ ଗୁଡ଼ତାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରୁଣାକର ମୁର୍ମୁ।
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଗୁରୁବାଇ ଗାଁରେ ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗଛମୂଳେ ଛିଡ଼ା ହୋଇଥିବା ଗୋରୁ ପଲଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା।
ଗତକାଲି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ତେବେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ଏଠାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।
Accident
ବାଇକ୍କୁ ଧକ୍କା ଦେଲା କାର୍: ଶାଶୁ ମୃତ, ଜ୍ୱାଇଁ ଗୁରୁତର
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।