ନକ୍ସଲଙ୍କ ଭୟ: ଚିତ୍ରକୋଣ୍ଡା ଓ 'ସ୍ୱାଭିମାନ' ଅଞ୍ଚଳରେ କେହି ଭୋଟ ଦେଲେନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା। ଆଉ ଏହି ସେତୁର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଆଜିଠୁ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଶ୍ୱାସ କରାଯାଉଥିଲା ଯେ ରାଜ୍ୟ […]

malkangiri.jpg1

malkangiri.jpg1

Manoranjan Sial
  • Published: Thursday, 11 April 2019
  • Updated: 11 April 2019, 07:00 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା। ଆଉ ଏହି ସେତୁର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଆଜିଠୁ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଶ୍ୱାସ କରାଯାଉଥିଲା ଯେ ରାଜ୍ୟ ସରକାରଙ୍କ ସବୁ ବିକାଶମୂଳକ ଯୋଜନା ସ୍ୱାଭିମାନ (ବିଚ୍ଛିନ୍ନାଞ୍ଚଳ)ରେ କାର୍ଯ୍ୟକାରୀ ହେବ। ହେଲେ ଏହା କେବଳ କଥାରେ ସୀମିତ ରହିଲା ପରି ମନେ ହେଉଛି। କାରଣ ଯେଉଁ ଅଞ୍ଚଳରେ ବସବାସ କରୁଥିବା ଲୋକ ମତଦାନ କରିବାକୁ ସାହସ କରିପାରୁନାହାନ୍ତି, ସେଠି ବିକାଶ କେମିତି ହେଉଥିବ, ତାହା ସାଧାରଣରେ ଅନୁମେୟ।

ଆଜି ହୋଇଥିବା ନିର୍ବାଚନରେ ସ୍ୱାଭିମାନ ଅଞ୍ଚଳରେ ପୋଲିଂ ଶୂନ୍ୟ ରହିଛି। ନକ୍ସଲଙ୍କ ଭୟରେ ଲୋକମାନେ ଭୋଟ ଦେବାକୁ ଯାଇନଥିବା ଆଲୋଚନା ହେଉଛି। ମତଦାନ ପାଇଁ ଏହି ଅଞ୍ଚଳରେ ୧୫ଟି ବୁଥ୍‌ ହୋଇଥିଲା। ସେଥିରୁ ସ୍ୱାଭିମାନ ଅଞ୍ଚଳରେ ୯ଟି ଓ ଚିତ୍ରକୋଣ୍ଡାରେ ୬ଟି ବୁଥ୍‌ ହୋଇଥିଲା। ନକ୍ସଲଙ୍କ ଭୟ ଯୋଗୁ ପୋଲିଂ ଅଧିକାରୀଙ୍କୁ ଗତକାଲିଠାରୁ ହେଲିକପ୍ଟରରେ ବୁଥ୍‌କୁ ପଠାଇ ଦିଆଯାଇଥିଲା। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ଆଜି ସକାଳ ୭ଟାରେ ବୁଥ୍‌ ଗୁଡ଼ିକ ଖୋଲା ଯାଇଥିଲା। ମାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ କେହି ମତଦାନ କରିବାକୁ ଆସିନଥିଲେ। ଯାହାଫଳରେ ୧୫ଟି ବୁଥ୍‌ରେ ଭୋଟିଂ ଶୂନ୍‌ ରହିଛି। ଆଉ ୪ଟା ପରେ ପୋଲିଂ ଅଧିକାରୀମାନେ ହେଲିକପ୍ଟରରେ ଜିଲ୍ଲା ସଦରମହକୁମାକୁ ଫେରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story