‘ରାଷ୍ଟ୍ର ଓ ଜାତିକୁ ଆମେ ସମାନ ଭାବେ ଦେଖିଥାଉ, କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ର ଓ ଜାତିକୁ ଆମେ ସମାନ ଭାବେ ଦେଖିଥାଉ। କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ସଂପୂର୍ଣ୍ଣ ସମାଜକୁ ସଂଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାମ। ଭୁବନେଶ୍ୱରରେ ଆୟୋଜିତ ଆରଏସ୍‌ଏସ୍‌ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୋହନ ଭାଗବତ। ସେ କହିଛନ୍ତି-“ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ଉଦ୍ଦେଶ୍ୟ। ଏକ ଆଦର୍ଶ […]

rss

rss

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ର ଓ ଜାତିକୁ ଆମେ ସମାନ ଭାବେ ଦେଖିଥାଉ। କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ସଂପୂର୍ଣ୍ଣ ସମାଜକୁ ସଂଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାମ। ଭୁବନେଶ୍ୱରରେ ଆୟୋଜିତ ଆରଏସ୍‌ଏସ୍‌ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୋହନ ଭାଗବତ।

ସେ କହିଛନ୍ତି-“ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ଉଦ୍ଦେଶ୍ୟ। ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣ କରିବାକୁ ହେଲେ ବ୍ୟକ୍ତି ଗଢ଼ିବାର ଆବଶ୍ୟକତା ରହିଛି। ତେଣୁ ସଂଘ ଆଦର୍ଶ ଓ ବ୍ୟକ୍ତିତ୍ୱ ନିର୍ମାଣରେ ତାର ଉଦ୍ୟମ ଜାରି ରଖିଛି। ଦେଶର ମଙ୍ଗଳ ଓ କଲ୍ୟାଣ ପାଇଁ ପୂରା ସମାଜ ପ୍ରସ୍ତୁତ ହେବା ଦରକାର। ସେଥିପାଇଁ ସମଗ୍ର ସମାଜ ଭିତରେ ଏକତାର ଆବଶ୍ୟକତା ଅଛି।”

ଶ୍ରୀ ଭାଗବତ କହିଛନ୍ତି-“ଦେଶର ଭାଗ୍ୟ କେଉଁ ସରକାର, କେଉଁ ନେତା ଓ କେଉଁ ମହାପୁରୁଷ ବଦଳାଇ ପାରିବେନି। କେବଳ ସମାଜ ହିଁ ସେହି ରାଷ୍ଟ୍ରର ଭାଗ୍ୟ ବଦଳାଇ ପାରିବ। ସାଧାରଣ ଲୋକ ଯେତେବେଳେ ନିଜର ସ୍ୱାର୍ଥକୁ ଭୁଲିଯିବେ, ସେତେବେଳେ ସମାଜର ବୃହତର ସ୍ୱାର୍ଥ ସାଧନ ହେବ। ସମାଜର ଶ୍ରେଷ୍ଠତ୍ୱ ପାଇଁ ବ୍ୟକ୍ତି ନିର୍ମାଣର ଆବଶ୍ୟକତା ଅଛି। ସେଥିପାଇଁ ପ୍ରତି ଗାଁ, ସମାଜ ଓ ଗଳିରେ ବ୍ୟକ୍ତିତ୍ୱ ନିର୍ମାଣ ହେବା ଜରୁରୀ। ଯେଉଁମାନେ ସମାଜର ନେତୃତ୍ୱ ନେଇପାରିବେ। ସଂଘ ଶାଖା ଦ୍ୱାରା ଏପରି ବ୍ୟକ୍ତି ନିର୍ମାଣ ହୁଅନ୍ତି। ସଂଘର ଶାଖାରେ କେବଳ ରାଷ୍ଟ୍ର ଭାବନା ଜାଗ୍ରତ ହୁଏ ତାହା ନୁହେଁ, ପ୍ରତିଦିନ ସମାଜରେ ଦେଖାଦେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏଠାରେ ପ୍ରସ୍ତୁତି ମୂଳକ ପଦକ୍ଷେପ ଉପରେ ବିଚାର କରାଯାଇଥାଏ।”

ସେ କହିଛନ୍ତି-“ଭାରତରେ ବିବିଧତା ମଧ୍ୟରେ ଏକତା ନୁହେଁ, ବରଂ ଏକତା ଭିତରେ ଭିନ୍ନତା ଅଛି। ଆଉ ଏହା ଭାରତବର୍ଷର ସବୁଠାରୁ ସୁନ୍ଦର କଥା। ଆମର ଭାଷା, ଖାଦ୍ୟ ଓ ବେଶ ପୋଷାକ ଅଲଗା। ତଥାପି ଆମେ ଯୁଗ ଯୁଗରୁ ଏକ ସଂସ୍କୃତି ଓ ଏକ ରାଷ୍ଟ୍ରଭାବରେ ବାନ୍ଧି ହୋଇ ଆସିଛେ। ହିନ୍ଦୁ ଏକ ସଂସ୍କୃତିର ନାମ। ବିଶ୍ୱରେ ଶରଣାର୍ଥୀ ସାଜିଥିବା ଇହୁଦି, ପାର୍ସୀମାନଙ୍କୁ ଭାରତ ହିଁ ଆଶ୍ରୟ ଦେଇଛି। ବିଶ୍ୱର ସର୍ବାଧିକ ସୁଖି ମୁସଲ୍‌ମାନ ସମାଜ ଭାରତରେ ରୁହନ୍ତି। ଭାରତର ବିଚାର ହେଉଛି ଦୁନିଆର ସର୍ବଶ୍ରେଷ୍ଠ ବିଚାର। ଭାରତରେ କିଏ ସବୁଠାରୁ ଅଧିକ ଧନୀ ତାର ତାଲିକା କେବେ ହୁଏ ନାହିଁ। ଆମ ଦେଶରେ ଜ୍ଞାନ, ତ୍ୟାଗ, ତପସ୍ୟା ଆଧାରରେ ବ୍ୟକ୍ତିର ମୂଲ୍ୟାଙ୍କନ ହୁଏ।”

ବୈଠକର ପ୍ରଥମ ଦିନରେ ବିଶିଷ୍ଟ ନାଗରିକମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଦେଢ ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଛନ୍ତି। ୯ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଉପସ୍ଥିତ ଅଛନ୍ତି। କାର୍ଯ୍ୟକ୍ରମରେ ସଂଘର ସର କାର୍ଯ୍ୟବାହ ଭୈୟାଜୀ ଯୋଶୀ, ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ ଓ ପ୍ରଚାରକଙ୍କ ସହ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ RSSର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଚିନ୍ତନ କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos