ନୋଟ୍‌ ଅଚଳ ପ୍ରସଙ୍ଗ: ବିରୋଧୀ ଦଳଙ୍କ ସହ ମିଶି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବନି ବିଜେଡି

ଭୁବନେଶ୍ୱର: ଅଚଳ ଟଙ୍କାକୁ ନେଇ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନରେ ହଙ୍ଗମା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ବିରୋଧରେ ବିରୋଧୀ ଏକାଠି ହେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କିଛି ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ରର ନୋଟ୍‌ ଅଚଳ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିବେ। ତେବେ ଏମାନଙ୍କ ସହ ବିଜେଡି ସାମିଲ ହେବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଆମେ ରାଷ୍ଟ୍ରପତିଙ୍କୁ […]

pratap

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 10:34 PM IST

ଭୁବନେଶ୍ୱର: ଅଚଳ ଟଙ୍କାକୁ ନେଇ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନରେ ହଙ୍ଗମା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ବିରୋଧରେ ବିରୋଧୀ ଏକାଠି ହେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କିଛି ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ରର ନୋଟ୍‌ ଅଚଳ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିବେ। ତେବେ ଏମାନଙ୍କ ସହ ବିଜେଡି ସାମିଲ ହେବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଆମେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅନ୍ୟ ଦଳଙ୍କ ସହ ଯିବୁ ନାହିଁ। ହେଲେ ଆମେ ସମସ୍ୟା ଭୋଗୁଥିବା ସାଧାରଣ ଜନତାଙ୍କ କଥା ଗୃହରେ ଉଠାଇବୁ।”

ଆସନ୍ତା ୧୬ କିମ୍ବା ୧୭ ତାରିଖରେ ମମତାଙ୍କ ନେତୃତ୍ୱରେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇପାରନ୍ତି। ଏଥିପାଇଁ ମମତା ଜାତୀୟ ଓ ଆଞ୍ଚଳିକ ଦଳଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

Related story