ବଜେଟରେ ନୂଆ କିଛି ନାହିଁ, ପୁରୁଣା ଘୋଷଣା ପାଇଁ ପାଣ୍ଠି ବରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେଡି ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି। ବଜେଟରେ କୌଣସି ନୂଆ ଯୋଜନା ନଥିବାବେଳେ ପୂର୍ବରୁ ଘୋଷଣା ହୋଇଥିବା ‘କାଳିଆ’, ‘ପିଠା’, ‘ଛାତ୍ରବୃତ୍ତି’ ଆଦି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥବରାଦ ହୋଇଛି। ବଜେଟରେ କଳେବରକୁ ଗତ ଦୁଇବର୍ଷ ଧରି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ବୃଦ୍ଧି କରିଥିବା ରାଜ୍ୟ ସରକାର ନିଜସ୍ୱ ପାରିବାପଣିଆ ଦେଖାଇବା ପାଇଁ ରାଜସ୍ୱ […]

1

1

Manoranjan Sial
  • Published: Thursday, 07 February 2019
  • Updated: 07 February 2019, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେଡି ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି। ବଜେଟରେ କୌଣସି ନୂଆ ଯୋଜନା ନଥିବାବେଳେ ପୂର୍ବରୁ ଘୋଷଣା ହୋଇଥିବା 'କାଳିଆ', 'ପିଠା', 'ଛାତ୍ରବୃତ୍ତି' ଆଦି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥବରାଦ ହୋଇଛି। ବଜେଟରେ କଳେବରକୁ ଗତ ଦୁଇବର୍ଷ ଧରି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ବୃଦ୍ଧି କରିଥିବା ରାଜ୍ୟ ସରକାର ନିଜସ୍ୱ ପାରିବାପଣିଆ ଦେଖାଇବା ପାଇଁ ରାଜସ୍ୱ ବଳକା ବଜେଟ୍ ଉପସ୍ଥାପନ କରୁଛନ୍ତି ବୋଲି ଦାବି କରିଛନ୍ତି। ତେବେ ରାଜ୍ୟ ଉପରେ ବଢ଼ୁଥିବା ଋଣବୋଝ ଓ ଏହି ରାଜସ୍ୱ ବଳକା ମଧ୍ୟରେ ଅସମାନତା ହିଁ ସରକାରଙ୍କ ବଜେଟ ଗଣିତକୁ ପଦାରେ ପକାଇ ଦେଇଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କା ହେବ ବୋଲି ବଜେଟରେ ଆକଳନ ହୋଇଛି।

ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ୨୦୧୯-୨୦ ମସିହା ପାଇଁ ମୋଟ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ ମଧ୍ୟ ଏଥିରୁ ପ୍ରଥମ ୪ମାସ ପାଇଁ (ଏପ୍ରିଲରୁ ଜୁଲାଇ) ୫୬୯୨୧ କୋଟି ଟଙ୍କାର ଲେଖାନୁଦାନ(କାମଚଳା ବଜେଟ)ର ଅନୁମୋଦନ ଲୋଡ଼ିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ୧ଲକ୍ଷ ୧୦ହଜାର ୭୧୦କୋଟି ଟଙ୍କାର ରାଜସ୍ୱ ମିଳିବ ଓ ଖର୍ଚ୍ଚ ୧ଲକ୍ଷ ୨ହଜାର ୨୨୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବଜେଟରେ ରାଜସ୍ୱ ବଳକା ୮୪୩୩ କୋଟି ଟଙ୍କା ରହିବ। ସେହିପରି ବିତ୍ତୀୟ ନିଅଣ୍ଟ ୧୬,୧୯୩କୋଟି ଟଙ୍କା(ରାଜ୍ୟର ମୋଟ ଜିଡିପିର ୩%) ରହିବ। ଏହି ବିତ୍ତୀୟ ନିଅଣ୍ଟ ୨୦୧୮-୧୯ରେ ୨.୯% ଥିଲା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ରେ ସଂଶୋଧିତ ବଜେଟ ୧ଲକ୍ଷ ୨୦ହଜାର ୧୨୫କୋଟି ଟଙ୍କା ଥିବାବେଳେ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୧ହଜାର ୮୮୩କୋଟି ଟଙ୍କା ରହିଛି। ଏଥିରୁ ୯୧,୩୩୮କୋଟି ଟଙ୍କା ବ୍ୟୟ ହୋଇଛି ଓ ୧୦,୫୫୫କୋଟି ଟଙ୍କା ରାଜସ୍ୱ ବଳକା ରହିଛି। କିନ୍ତୁ ୨୦୧୮-୧୯ରେ ୧୦ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ବଳକା ଥିବାବେଳେ ସରକାରଙ୍କ ଋଣ ବୋଝ ହ୍ରାସ ପାଇଛି। ତେବେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ଯେଉଁ ଲେଖାନୁଦାନ ଆଗତ ହୋଇଛି ସେଥିରେ ନିର୍ବାଚନୀ ଖର୍ଚ୍ଚ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା (୨ହଜାର କୋଟି) ନିମନ୍ତେ ଶତପ୍ରତିଶତ ବ୍ୟୟବରାଦ ହୋଇଥିବାବେଳେ ଅନ୍ୟ ଖର୍ଚ୍ଚ ବାବଦକୁ ୪୦% ଅର୍ଥ ବରାଦ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

କେଉଁ ଯୋଜନା ପାଇଁ କେତେ

ବଜେଟରେ କାଳିଆ ଯୋଜନା ପାଇଁ ୪୪୪୧ କୋଟି ଟଙ୍କା, ପିଠା ଯୋଜନାରେ ୪୦୦ କୋଟି ଟଙ୍କା, ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ(ବସୁଧା) ପାଇଁ ୨୯୩୫କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୨୧୨୦କୋଟି, ବିଜୁ ଯୁବ ବାହିନୀ ପାଇଁ ୧୦୫କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୬୪କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ୯୫୯କୋଟି ଟଙ୍କା, ଚାଷୀଙ୍କ ସୁଧ ରିହାତି ପାଇଁ ୮୦୦କୋଟି, ଏକ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୧୦୨୮କୋଟି ଟଙ୍କା, ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୫୦କୋଟି ଟଙ୍କା ଆଦି ବ୍ୟୟବରାଦ ହୋଇଛି।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଦରମା ବାବଦରେ ୨୫,୫୦୦କୋଟି ଓ ପେନସନ ବାବଦରେ ୧୩,୩୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଋଣ ପରିଶୋଧ ନିମନ୍ତେ କେବଳ ସୁଧ ବାବଦରେ ୬୫୦୦କୋଟି ଟଙ୍କା ବ୍ୟୟ କରିବେ।

ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୮% ରହିଛି। ୨୦୧୯-୨୦ ମସିହାରେ ଆର୍ଥିକ ଅଭିବୃଦ୍ଧି ହାର ୮.୫% ହେବ ବୋଲି ଆକଳନ କରାଯାଇଛି।
କାଳିଆ, କାଳିଆ ଛାତ୍ରବୃତ୍ତି, ପିଠା, ଆମ ଗାଁ ଆମ ବିକାଶ, ନିଜସ୍ୱ ଖାଦ୍ୟ ନିରାପତ୍ତା ଯୋଜନା ଆଦି ନିମନ୍ତେ ଅର୍ଥବରାଦ ହୋଇଛି। କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀ ପରିବାର(ଭାଗ ଚାଷୀ ଓ ଭୂମିହୀନ ଚାଷୀ ସମେତ)ଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story